ETV Bharat / state

ରାଜନଗରର 91 ଗାଁରେ ସମୁଦ୍ର ପାଣି, ଥଇଥାନ ପାଇଁ ଉଦ୍ୟମ ଜାରି

author img

By

Published : May 27, 2021, 11:04 AM IST

ବାତ୍ୟା ପ୍ରଭାବରେ ରାଜନଗର ବ୍ଲକର 91ଟି ଗାଁରେ ମାଡି ଯାଇଛି ସମୁଦ୍ର ପାଣି । ପ୍ରଭାବିତଙ୍କୁ ପୁନଃଥଇଥାନ ସହ ରିଲିଫ ସାମଗ୍ରୀ ଯୋଗାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

ରାଜନଗରର 91 ଗାଁରେ ସମୁଦ୍ର ପାଣି, ଥଇଥାନ ଉଦ୍ୟମ ଜାରି

କେନ୍ଦ୍ରାପଡା: ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା ୟସ । ସମାନ ରୂପେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମଧ୍ୟ ୟସ ଦ୍ବାରା ବିଶେଷ ପ୍ରଭାବିତ ହୋଇଛି । ରାଜନଗର ବ୍ଲକର 15 ପଞ୍ଚାୟତର 91ଟି ଗାଁକୁ ସମୁଦ୍ର ପାଣି ମାଡି ଯାଇଛି । ଫଳରେ ଏହି ସବୁ ଗ୍ରାମଗୁଡିକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏଠାରେ ଥଇଥାନ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରାଯାଉଛି ।

ପ୍ରାଥମିକ ପର୍ଯ୍ୟାୟରେ ରିଲିଫ ଓ ପୁନଃଉଦ୍ଧାର ସହିତ ଖାଦ୍ୟ, ପାନୀୟ ଜଳ ଓ ବିଦ୍ୟୁତ ସେବା କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ବାତ୍ୟା ପ୍ରଭାବରେ ତାଳଚୁଆ, ରଙ୍ଗଣି, ଭେକଟା, ପଟପାରିଆ, ସାତଭାୟା, ମଗରକନ୍ଦା ଓ ବଗପାଟିଆ ଆଦି ଗାଁଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ବାତ୍ୟା ପ୍ରଭାବିତ ଗାଁଗୁଡିକ ପରିଦର୍ଶନ କରିବା ସହ ମହିଷାସୁର ଠାରେ ଅସ୍ଥାୟୀ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରି ପ୍ରଭାବିତ ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଯୋଗାଇବାକୁ ଯୋଜନା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.