ETV Bharat / state

ଓଭରଲୋଡ ମାଲ ପରିବହନ: ଆଦାୟ ହେଲା 6ଲକ୍ଷ - ସଡକ ଦୁର୍ଘଟଣା ଜନିତ ମୃତ୍ୟୁ

ଓଭରଲୋଡ କରି ମାଲ ପରିବହନ କରୁଥିବା ଟ୍ରକ ଗୁଡିକରୁ ଜୋରିମାନା ଆଦାୟ କରିଛି କେନ୍ଦ୍ରାପଡା ପରିବହନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 23, 2019, 9:32 PM IST

କେନ୍ଦ୍ରାପଡ଼ା: ଓଭରଲୋଡ କରି ମାଲ ପରିବହନ କରୁଥିବା ଟ୍ରକ ଗୁଡିକରୁ ଜୋରିମାନା ଆଦାୟ କରିଛି କେନ୍ଦ୍ରାପଡା ପରିବହନ ବିଭାଗ । କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ଲୁହାପଥର ପରିବହନ କରି ପାରାଦ୍ବୀପ ଯାଉଥିବା ଟ୍ରକ ଗୁଡିକଠାରୁ ଆଜି ଦିନତମାମ ଫାଇନ ଆଦାୟ ହୋଇଛି। ମାର୍ଶାଘାଇ ଥାନା ପାଖରୁ ହଜାରୀ ଛକ ପର୍ଯ୍ୟନ୍ତ ଚେକିଂ କରାଯାଇ ମୋଟ ୩୪ଟି ଓଭରଲୋଡ ଟ୍ରକରୁ ୬ ଲକ୍ଷ ୪୩ ହଜାର ୮୫୦ ଟଙ୍କା ଆଦାୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ପରିବହନ ବିଭାଗ ଅଧିକାରୀ ନିଖିଲ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ସହାୟକ ପରିବହନ ଅଧିକାରୀ ଓ ମାର୍ଶାଘାଇ ପୋଲିସର ମିଳିତ ସହଯୋଗ ଏହି ଫାଇନ ଆଦାୟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଓଭରଲୋଡ କରି ଯାଉଥିବା ଟ୍ରକ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଦୀର୍ଘ ଦିନରୁ ବନ୍ଦ ପଡିଥିବା ଲୁହାପଥର ପରିବହନ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଛି । ଅନେକ ସମୟରେ ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚାଳନା ପାଇଁ ଜିଲ୍ଲାରେ ଏଯାବତ ୧୦୦ରୁ ଉର୍ଦ୍ଧ୍ଵ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:23.08.2019
Radhakanta Mohanty,Kendrapada
Slug-od_kpr_02_overloaded trucks_script_7204459
Anchor-ବେଲଗାମ ଦୃତଗତିରେ ଯାଉଥିବା ମାଲ ବୋଝେଇ ଟ୍ରକ ଗୁଡିକ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କେନ୍ଦ୍ରାପଡ଼ା ପରିବହନ ବିଭାଗ।କେନ୍ଦୁଝର,ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ଓଭରଲୋଡ ଲୁହାପଥର ଧରି କେନ୍ଦ୍ରାପଡ଼ା ଦେଇ ପାରାଦ୍ୱୀପ ଯାଉଥିବା ଟ୍ରକ ଗୁଡିକଠାରୁ ଆଜି ଦିନତମାମ ଫାଇନ ଆଦାୟ ହୋଇଛି।କେନ୍ଦ୍ରାପଡ଼ା ପରିବହନ ବିଭାଗ ଅଧିକାରୀ ନିଖିଲ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ସହାୟକ ପରିବହନ ଅଧିକାରୀ ଓ ମାର୍ଶାଘାଇ ପୋଲିସର ମିଳିତ ସହଯୋଗରେ ମାର୍ଶାଘାଇ ଥାନା ପାଖରୁ ହଜାରୀ ଛକ ପର୍ଯ୍ୟନ୍ତ ଚେକିଂ କରାଯାଇ ୩୪ଟି ଓଭରଲୋଡ ଟ୍ରକରୁ ୬,୪୩,୮୫୦ଟଙ୍କା ଆଦାୟ ହୋଇଛି।ଏନେଇ ଟ୍ରକ ମାଲିକ ଓ ଡ୍ରାଇଭର ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଓଭରଲୋଡ କରି ଯାଉଥିବା ଟ୍ରକ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।ଏଠାରେ ସୂଚନାଯୋଗ୍ୟ ଦୀର୍ଘ ଦିନରୁ ବନ୍ଦ ପଡିଥିବା ଲୁହାପଥର ପରିବହନ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ବେଳେ ଅନେକ ସମୟରେ ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚାଳନା ପାଇଁ ଜିଲ୍ଲାରେ ଏଯାବତ ୧୦୦ରୁ ଉର୍ଦ୍ଧ୍ଵ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲାଣି।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.