ETV Bharat / state

ଅବକାରୀ ବିଭାଗର ଚଢାଉ, 44 ଲିଟର ମଦ ଜବତ - ବେଆଇନ ମଦ ତିଆରି

କେନ୍ଦ୍ରାପଡା ଜିଲ୍ଲରା ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । ଚଢାଉବେଳେ ଅବକାରୀ ବିଭାଗ 44 ଲିଟର ଦେଶୀ ରନ୍ଧାମଦ ସହ ବିଦେଶୀ, ବିଅର ଓ ପୋଚ ଜବତ କରିଛି । ଅଧିକ ପଢନ୍ତୁ...

44 ଲିଟର ମଦ ଜବତ
44 ଲିଟର ମଦ ଜବତ
author img

By

Published : Oct 20, 2020, 8:44 PM IST

କେନ୍ଦ୍ରାପଡା: 44 ଲିଟରରୁ ଅଧିକ ବେଆଇନ ରନ୍ଧା ମଦ, ବିଦେଶୀ ମଦ ଓ ବିଅର ଜବତ । ମାମଲାରେ ସମ୍ପୃକ୍ତ ଥିବା 5 ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପ୍ରଭାକରପୁର, ପାଟଳିପଙ୍କ ଓ ରଘୁନାଥପୁର ଆଦି ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢାଉ କରି ଅବକାରୀ ବିଭାଗ ଦେଶୀ ରନ୍ଧାମଦ ସମେତ ପୋଚ, ବିଦେଶୀ ମଦ ଓ ବିଅରକୁ ମିଶାଇ ମୋଟ 44 ଲିଟର ମଦ ଜବତ କରିଛି ।

ତେବେ ମାମଲାରେ ସମ୍ପୃକ୍ତ 5 ଜଣଙ୍କୁ ଗିରଫ କରାଯାଇ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଛି ଅବକାରୀ ବିଭାଗ । ବର୍ତ୍ତମାନ ପାର୍ବଣର ସମୟ ହୋଇଥିବାରୁ ବେଆଇନ ମଦ ବିକ୍ରି ବଢିବାର ଆଶଙ୍କା କରି ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.