କେନ୍ଦ୍ରାପଡା : ଅଗରନାସୀ ସମୁଦ୍ର କୂଳରେ ଲାଗିଛି ବିଶାଳ ତିମିର ମୃତଦେହ । କେନ୍ଦ୍ରପଡା ଅଗରନାସୀ ସମୁଦ୍ର ପଠାରେ 40 ଫୁଟର ଲମ୍ବାର ବିଶାଳ ତିମିର ମୃତଦେହ ଲାଗିଥିବା ଜଣାପଡିଛି । ଶନିବାର ସକାଳେ ତିମିଟି ଭାସି ଆସି ସମୁଦ୍ର କୂଳରେ ଲାଗିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା ।
ଘଟଣାର ଖବର ପାଇ ରାଜନଗର ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତିମି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅମ୍ଫାନ ସମୟରେ ଅତ୍ୟଧିକ ପବନ ମାଡ ଓ ସମୁଦ୍ରରେ ଜୁଆର ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ