ETV Bharat / state

ଭୋଟଦାନରେ ହେରାଫେରି: ଜବରଦସ୍ତ ଭୋଟ ଦିଆଯାଇଥିବା ଅଭିଯୋଗ

ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । କେନ୍ଦ୍ରାପଡାରେ ନିର୍ବାଚନ ସୁରୁଖୁରୁରେ ସରିଥିବା ବେଳେ କେତେକ ସ୍ଥାନରେ ଭୋଟଦାନରେ ହେରାଫେରି ହୋଇଥିବାର ଅଭିଯୋଗ ହୋଇଛି ।

author img

By

Published : Apr 29, 2019, 11:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

କେନ୍ଦ୍ରାପଡା: ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । କେନ୍ଦ୍ରାପଡାରେ ନିର୍ବାଚନ ସୁରୁଖୁରୁରେ ସରିଥିବା ବେଳେ କେତେକ ସ୍ଥାନରେ ଭୋଟଦାନରେ ହେରାଫେରି ହୋଇଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳି ବ୍ଲକ ଓ ରାଜକନିକା ବ୍ଲକରେ ୧୦ଟି ବୁଥରେ ହୋଇଥିବା ନିର୍ବାଚନରେ ଜବରଦସ୍ତ କରାଯାଇ ଭୋଟ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ଆଳି ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ରନାଥ ଶର୍ମା । ଏହା ସହ ବୁଥ ନଂ 12 ବଟରପଡାରେ ଜଣେ କଂଗ୍ରେସ ଏଜେଣ୍ଟଙ୍କ ଫର୍ମକୁ ପ୍ରିଜାଇଡିଂ ଅଫିସର ଗ୍ରହଣ କରି ନଥିଲେ । ବୁଥନଂ -195 ମୂଳସାହି ଓ 199 ଲୋକାପଡାରେ ଜବରଦସ୍ତ କରାଯାଇ ଭୋଟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ଶ୍ରୀ ଶର୍ମା ପତ୍ରମାଧ୍ୟମରେ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବା ସହ ଏଥିରେ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହ ଆଳି ବ୍ଲକ ଓ ରାଜକନିକା ବ୍ଲକର ୧୦ଟି ବୁଥରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦାଶରଥୀ ଶତପଥୀ । ତେବେ ଉକ୍ତ ୧୦ଟି ବୁଥରେ ନିର୍ବାଚନ ବାତିଲ କରିବା ପାଇଁ କଂଗ୍ରେସ ପ୍ରାର୍ଥୀ ନିବେଦନ କରିବା ପରେ ପ୍ରଶାସନ କେଉଁ ନିଷ୍ପତ୍ତି ନେଉଛି ତାହା ସମୟ କହିବ। ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

SLUG : BASUDEBPUR POLLING 
FORMAT : AVB 
REPORT : DEBASIS MOHAPATRA / BHADRAK
DATE : 29.04.2019

ANCHOR : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ଚାଲିଛି ମତଦାନ। ଏହି ନିର୍ବାଚନ ମଣ୍ଡଳୀରେ କେତେକ ସ୍ଥାନରେ ଇଭିଏମ ରେ ତୃଟି ପରିଲକ୍ଷିତ ହେବାରୁ ଡେରିରେ ମତଦାନ ଆରମ୍ଭ ହୋଇଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟଶ୍ରୀ ରାଉତରାୟ ଏବଂ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ 89 ନମ୍ବର ବୁଥ ରେ ଭୋଟ ଦେଇଥିଲେ। ବିଜେଡି ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ 161 ନମ୍ବର ବୁଥ ରେ ମତଦାନ କରିଥିଲେ। ଅନ୍ୟପକ୍ଷରେ 86 ନମ୍ବର ବୁଥ ରେ ସାମନ୍ୟ ଉତେଜନା ଦେଖାଯାଇଥିଲା। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣ କରିଥିଲା। ମୋଟାମୋଟି ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସୂଚାରୁ ରୂପେ ଚାଲିଛି।
Bite _1_ ବିଜୟଶ୍ରୀ ରାଉତରାୟ _ ମନ୍ତ୍ରୀ
Bite _2_ମଞ୍ଜୁଲତା ମଣ୍ଡଳ _ ବିଜେଡି ସାଂସଦ ପ୍ରାର୍ଥୀ
Bite_3_ ମୁକ୍ତିକାନ୍ତ ମଣ୍ଡଳ _ ଧାମନଗର ବିଧାୟକ
ftp ରେ ଭିଜୁଆଲ ଏବଂ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.