ETV Bharat / state

ଲୁଣାନଦୀରୁ ମା’ ଝିଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ପାରିବାରିକ କଳହରୁ ହତ୍ୟା ସନ୍ଦେହ । ଲୁଣାନଦୀରେ ଜୀବନ ହାରିଲେ ମାଆ ଝିଅ ।

author img

By

Published : Aug 1, 2019, 6:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପାରିବାରିକ କଳହକୁ ନେଇ ଘଟିଛି ଅଭାବନୀୟ ଘଟଣା । ଅକାରଣରେ ଯାଇଛି ଦୁଇ ଜୀବନ । ଲୁଣାନଦୀକୁ ଡେଇଁ ଜୀବନ ହାରିଛନ୍ତି ମାଆ ଓ କୁନି ଝିଅ । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଘଟଣାଟି ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର । ସୂଚନା ମୁତାବକ, ଗାଁର ଅବନ୍ତି ସେଠୀଙ୍କ ସାନପୁଅ ଭରତ ସେଠୀ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ଯାହା ମଜୁରୀରୁ ମିଳୁଥିଲା ପରିବାର ଚଳାଇବା ଅସମର୍ଥ ଥିଲା । ଅନ୍ୟପକ୍ଷରେ ଭରତ ପ୍ରତିଦିନ ପ୍ରଚୁର ମଦ୍ୟପାନ କରି ଘରେ ପାଟିତୁଣ୍ଡ କରୁଥିଲେ । ଦାରିଦ୍ର୍ୟତା କାରଣ ପାଇଁ ପାରିବାରିକ କଳହ ଲାଗିରହୁଥିଲା । ଆଉ ଏଥିରେ ଅତିଷ୍ଠ ହୋଇ ପତ୍ନୀ ସସ୍ମିତା ସେଠୀ(୨୪) ନିଜ ଦେଢବର୍ଷର ଶିଶୁକନ୍ୟା ସହ ଲୁଣାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ସକାଳୁ କୁନି ଝିଅର ମୃତଦେହ ନଦୀକୂଳରୁ ମିଳିଥିବା ବେଳେ ଅପରାହ୍ନରେ ସସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଓଡ୍ରାଫ ଟିମ୍ ନଦୀରେ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଛି ।

ସେପଟେ ମୃତକାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀକୁ ଶାଶୁ ଘର ଲୋକେ ଆଗରୁ ବହୁତ ନିର୍ଯ୍ୟାତନା ଦେଉଥିଲେ । ତେଣୁ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ।
ଯଦି ଭଉଣୀର ଆତ୍ମହତ୍ୟା କରିବାର ଥାନ୍ତା, ତେବେ ଛୋଟ ନିଷ୍ପାପ ଶିଶୁଟିକୁ ନେଇ ସେ କାହିଁକି ପାଣିକୁ ଡେଇଁଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମର୍ଶାଘାଇ ପୋଲିସ ତଦନ୍ତ ଚଳାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.