କେନ୍ଦ୍ରାପଡ଼ା: ଜିଲ୍ଲାରେ ଚିହ୍ନଟ ହେଲେ ଆଉ ନୂଆ ୧୫ କୋରାନା ସଂକ୍ରମିତ l ଫଳରେ 55କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନେ ସମସ୍ତେ ରାଜ୍ୟ ବାହାରୁ ଫେରିଥିଲେ l ନୂଆ ୧୫ ଜଣଙ୍କ ମଧ୍ୟରୁ ୧୨ ଜଣ ପ୍ରଶାସନର କ୍ଵାରେଣ୍ଟାଇନ ଥିଲାବେଳେ ୩ ଜଣ ହୋମ କ୍ଵାରେଣ୍ଟାଇନରେ ଥିଲେ l
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୫ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ପୌରାଞ୍ଚଳ ୩ ଜଣ, ରାଜ କନିକା ବ୍ଲକର ୪ ଜଣ, ରାଜନଗର ବ୍ଲକର ୨ ଜଣ, ଡେରାବିଶ ବ୍ଲକର ୪ ଜଣ ହୋଇଥିବା ବେଳେ କେନ୍ଦ୍ରାପଡ଼ା ବ୍ଲକ ଓ ପଟ୍ଟାମୁଣ୍ଡାଇର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି l ସମସ୍ତ ଆକ୍ରାନ୍ତଙ୍କୁ ଛତା ସ୍ଥିତ ସମ୍ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ