ETV Bharat / state

କେନ୍ଦ୍ରାପଡାରେ ଆକସ୍ମିକ ଅଗ୍ନିକାଣ୍ଡ, ଜଳିଗଲା 14 ବଖରା - କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ହଠାତ ଅଗ୍ନିକାଣ୍ଡ ଘଟି 14 ବଖରା ଘର ଜଳିଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ଆକସ୍ମିକ ଅଗ୍ନିକାଣ୍ଡ, ଜଳିଗଲା 14 ବଖରା

author img

By

Published : Apr 6, 2021, 12:51 PM IST

କେନ୍ଦ୍ରାପଡ଼ା: ଜିଲ୍ଲାର ରାଜନଗର ବଡଦାଣ୍ଡରେ ସୋମବାର ବିଳମ୍ବିତ ରାତିରେ ହଠାତ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ସହ 2ଟି ପରିବାରର 14 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି ।

କେନ୍ଦ୍ରାପଡାରେ ଆକସ୍ମିକ ଅଗ୍ନିକାଣ୍ଡ, ଜଳିଗଲା 14 ବଖରା

ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ କୌଣସି କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ରାଜନଗର ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ବଡଦାଣ୍ଡର ନିତ୍ୟାନନ୍ଦ ମିଶ୍ରଙ୍କ ୭ ବଖରା ଓ ପ୍ରଦ୍ୟୁମ୍ନ ମିଶ୍ରଙ୍କ ୭ ବଖରା ଘର ଭଶ୍ମୀଭୂତ ହୋଇଯାଇଛି । ପିନ୍ଧିଥିବା ଲୁଗାକୁ ଛାଡି ଅନ୍ଯାନ୍ଯ କୌଣସି ଜିନିଷ ଉଦ୍ଧାର କରିବା ସମ୍ଭବପର ହୋଇପାରିନାହିଁ ବୋଲି ପୀଡିତ ଲୋକମାନେ କହିଛନ୍ତି ।

ଧାନ ଚାଉଳ ଓ ସମସ୍ତ ଆସବାବପତ୍ର ସହିତ ଟେଣ୍ଟହାଉସର ସମସ୍ତ ସରଞ୍ଜାମ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ଯ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.