ETV Bharat / state

କୋରୋନା କବଳରେ କେନ୍ଦ୍ରାପଡାର 12 କୋଭିଡ ଯୋଦ୍ଧା

କେନ୍ଦ୍ରାପଡାରେ ପ୍ରଥମ ଥର 18 ଜଣ କୋରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ 88ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୋରୋନା କବଳରେ କେନ୍ଦ୍ରାପଡାର 12 କୋଭିଡ ଯୋଦ୍ଧା
କୋରୋନା କବଳରେ କେନ୍ଦ୍ରାପଡାର 12 କୋଭିଡ ଯୋଦ୍ଧା
author img

By

Published : May 31, 2020, 12:12 PM IST

କେନ୍ଦ୍ରାପଡ଼ା: ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମଣ । ଆଜି ପୁଣି 18 କୋରୋନା ପଜିଟିଭ କେବଳ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 6 ଜଣ ମାର୍ଶାଘାଇ ହାଇସ୍କୁଲ ଓ ପେଣ୍ଠପାଳ କ୍ବାରେଣ୍ଟାଇନ କେନ୍ଦ୍ରର ଆଶା, ଅଙ୍ଗନବାଡି ଓ ସଫେଇ କର୍ମଚାରୀ । ଅନ୍ୟ 12ଜଣ ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକ ।

କୋରୋନା କବଳରେ କେନ୍ଦ୍ରାପଡାର 12 କୋଭିଡ ଯୋଦ୍ଧା

ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି l ଅନ୍ୟପକ୍ଷରେ ମାର୍ଶାଘାଇ ଅଞ୍ଚଳର 300 ପରିବାର ଓ ପେଣ୍ଠପାଳର 100 ପରିବାରକୁ କଣ୍ଟନମେଣ୍ଟ ଜୋନ୍ ଭିତରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି l ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ହେବା ଏହା ପ୍ରଥମ ଘଟଣା । ଏପରିକି ଗୋଟିଏ ଦିନରେ 15ଜଣରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେବା ମଧ୍ୟ ପ୍ରଥମ । ଆଜି ଚିହ୍ନଟ ହୋଇଥିବା 18ଜଣ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 88ରେ ପହଞ୍ଚିଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.