ETV Bharat / state

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦ୍ରାପଡାର 11 ଗାଁ ସିଲ୍

କେନ୍ଦ୍ରାପଡାରୁ covid-19 କୋରୋନା ଦ୍ବାରା ସଂକ୍ରମିତ ଜଣେ ଆକ୍ରାନ୍ତ ଯୁବକ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ଏହି ଆକ୍ରାନ୍ତକୁ ମିଶାଇଲେ ରାଜ୍ୟରେ 40 ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା ।

author img

By

Published : Apr 7, 2020, 1:44 PM IST

11 villages sealed
କେନ୍ଦ୍ରାପଡାରୁ କୋରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା: ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରୁ covid-19 କୋରୋନା ଦ୍ବାରା ସଂକ୍ରମିତ ଜଣେ ଆକ୍ରାନ୍ତ ଯୁବକ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ଏହି ଆକ୍ରାନ୍ତକୁ ମିଶାଇଲେ ରାଜ୍ୟରେ 40 ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ପ୍ରଶାସନିକ ସ୍ତରରେ ନିଆଯାଉଛି ଦୃଢ଼ ପଦକ୍ଷେପ।

କେନ୍ଦ୍ରାପଡାରୁ କୋରୋନା ଆକ୍ରାନ୍ତ ଚିହ୍ନଟ

ଗତକାଲି(ସୋମବାର) ରାତିରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ବୈଠକ କରାଯାଇ ଉକ୍ତ ସଂକ୍ରମିତ ବାସ କରୁଥିବା ଗାଁର ୩କିମି ପରିସୀମା ମଧ୍ୟରେ ଥିବା ଆଳି ୧୧ଟି ଗାଁକୁ ସିଲ କରାଯିବା ସହିତ ଅଞ୍ଚଳ ଗୁଡିକୁ ସାନିଟାଇଜ କରାଯାଉଛି।

ଏବେ ଆକ୍ରାନ୍ତଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଏହି ଯୁବକ ଜଣଙ୍କ ଗତ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଗାଁକୁ ଫେରିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନମ୍ବରରେ ରେଜିଷ୍ଟ୍ରେସନ କରିଥିଲେ । ଆଉ ହୋମ କ୍ବାରେଣ୍ଟାଇନରେ ରହୁଥିଲେ । ଏଥିପାଇଁ ସଂକ୍ରମଣର ସମ୍ଭାବନା କମ ରହିଛି ଓ ଏନେଇ କୌଣସି ବ୍ୟକ୍ତି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.