ETV Bharat / state

ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଫୁଲବାଣୀରେ ଯୁବକଙ୍କ ଆତ୍ମହତ୍ୟା

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢ଼ନ୍ତୁ

young man died in phulbani
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Aug 12, 2022, 10:45 PM IST

ଫୁଲବାଣୀ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ଦାତପାଜୁ ଗ୍ରାମର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ ଯୁବକ ଜଣକ ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର କୁମ୍ଭାରଖୋଲ ଗ୍ରାମର ମୁନ୍ନା ଦିଗାଲ । ମିଳିଥିବା ସୂଚନା ଅନୁସାରେ, ମୁନା ୪-୫ ଦିନ ପୂର୍ବରୁ ଦାତପାଜୁ ଗ୍ରାମରେ ଘର ଭଡା ନେଇ ରହୁଥିଲେ । ସକାଳେ ତାଙ୍କ ସ୍ତ୍ରୀ ଭାନୁମତି କହଁର ବାରମ୍ବାର ଫୋନ କଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ସନ୍ଦେହ ହେବାରୁ ଭାନୁମତୀ ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ ଏବଂ ସେଠାକୁ ଯାଇ ଦେଖିବା ପାଇଁ କହିଥିଲେ । ବନ୍ଧୁ ଜଣକ ଯାଇ ଝରକା ଫାଙ୍କରେ ଦେଖିଲା ବେଳକୁ ମୁନା ରଶି ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ଭାନୁମତୀ ସଦର ଥାନାରେ ଲିଖିତ ଭାବେ ଜଣାଇଥିଲେ । ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା, ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଥାନାରେ ୧୧/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.