ETV Bharat / state

ଡାକ୍ତରୀ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ତଦନ୍ତ ଦାବି କଲେ ପରିବାର

author img

By

Published : Sep 5, 2020, 9:24 AM IST

ସ୍ଥାନୀୟ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଆସିଛି ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

young man died for doctor's negligence, doctor's negligence in kandhamal, kandhamal latest news, protest for justice to young man died in kandhamal, ଡାକ୍ତରୀ ଅବହେଳାରୁ ଯୁବକଙ୍କ ମୃତ୍ୟୁ, କନ୍ଧମାଳରେ ଡାକ୍ତରୀ ଅବହେଳା, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ଯୁବକଙ୍କ ମୃତ୍ୟୁ ପାଇଁ ପ୍ରତିବାଦ
ଡାକ୍ତରୀ ଅବହେଳାରୁ ଯୁବକଙ୍କ ମୃତ୍ୟୁ, ପରିବାର ଆଣିଲା ତଦନ୍ତ ଦାବି

ଫୁଲବାଣୀ:ସ୍ଥାନୀୟ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଆସିଛି ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଆସିଛି ଅଭିଯୋଗ । ସମ୍ପୃକ୍ତ ଡାକ୍ତରଙ୍କ ବହିଷ୍କାର ଦାବି ସହ ଯୁବକଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ପ୍ରତିବାଦସ୍ବରୂପ ସ୍ଥାନୀୟବାସୀ 59 ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ସୂଚନା ଅନୁଯାୟୀ ବାଲିଗୁଡା ନୂଆସାହିର ବିଜୟ କୁମାର ସାହୁଙ୍କ ସ୍ବାସ୍ଥ୍ୟ ଖରାପ ନେଇ ସେ ବାଲିଗୁଡା ମେଡିକାଲକୁ ପରୀକ୍ଷା ପାଇଁ ଆସିଥିଲେ । କୋଭିଡ-19 ପାଇଁ ଡାକ୍ତର ସୁନୀଲ କୁମାର ବେହେରା ତାଙ୍କୁ ବିନା ସ୍ପର୍ଶରେ ଚିକିତ୍ସା କରିଥିଲେ l ଥଣ୍ଡା ଓ କାଶ ହେଉଥିବା କହିବା ସତ୍ତ୍ବେ ଡାକ୍ତର ତାଙ୍କୁ କୋଭିଡ ପରୀକ୍ଷା ପାଇଁ ନ କହି କେବଳ ଥଣ୍ଡା ମେଡ଼ିସିନ ଦେଇ ଫେରାଇ ଦେଇଥିଲେ l ଏନେଇ ଶୁକ୍ରବାର ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଏସ. ଡି. ନାୟକ ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଓ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ପ୍ରତିବାଦ ଆରମ୍ଭ କରିଥିଲେ ।

ପ୍ରତିବାଦ ସ୍ବରୂପ ସେମାନେ ଡାକ୍ତର ସୁନୀଲ କୁମାର ବେହେରାଙ୍କୁ ବହିଷ୍କାର ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦାବି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ପରେ ରାସ୍ତାରୋକ ଅସ୍ଥାୟୀ ରୂପେ ବନ୍ଦ କରାଯାଇଥିଲା । ହେଲେ ଏଠି ପ୍ରଶ୍ନ ଉଠୁଛି ସରକାରୀ ଡାକ୍ତର କାହା ପାଇଁ କାର୍ଯ୍ୟ କରୁଛନ୍ତି ? ରୋଗୀଙ୍କୁ ବିନା ସ୍ପର୍ଶରେ ଚିକିତ୍ସା କରିବା ପାଇଁ ମୋଟା ଅଙ୍କର ଦରମା ନେଇ କାହା ସ୍ବାର୍ଥରେ ନିଯୁକ୍ତି ପାଇଛନ୍ତି ଓ ପ୍ରଶାସନ ସବୁ ଜାଣି ବି କାହିଁକି ନିରୀହ ଲୋକଙ୍କ ଜୀବନକୁ ଅଣଦେଖା କରୁଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.