କନ୍ଧମାଳ: ମନକୁ ସ୍ଥିର ଓ ସ୍ବାସ୍ଥ୍ୟକୁ ସତେଜ କରିବାର ପ୍ରମୁଖ ମାଧ୍ୟମ ହେଉଛି ଯୋଗ । ଯୋଗକୁ ଜିଲ୍ଲାର ପ୍ରତ୍ଯେକ ଗାଁ ଓ ସହରରେ ପହଞ୍ଚାଇବା ପାଇଁ ଯୋଗ ସମିତି ଆରମ୍ଭ କରିଛି ଅନେକ ପଦକ୍ଷେପ। ଫୁଲବାଣୀ ଶିଶୁ ମନ୍ଦିର ପରିସରରେ ଯୋଗସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା 21 ତାରିଖରେ ବିଶ୍ବ ଯୋଗ ଦିବସ ପାଳନ ହେବାକୁ ଥିବାବେଳେ ଯୋଗକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ବୈଠକରେ ଗଠନ କରାଯାଇଛି ମାର୍ଗଦର୍ଶକ କମିଟି ଓ ଅନ୍ୟାନ୍ୟ କମିଟି ଗଠନ । ଏହି ଦିବସକୁ କନ୍ଧମାଳର ସମସ୍ତ ଅଞ୍ଚଳରେ ପାଳନ କରିବାକୁ ପ୍ତସ୍ତୁତି ଆରମ୍ଭ କରିଛି ଯୋଗ ସମିତି । ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ଏହିପରି କମିଟି ଗଠନ ହେବା ପାଇଁ ମଧ୍ୟ ସ୍ଥିର କରାଯାଇଛି ।
ଆଜିର ଏହି ବୈଠକରେ ଜିଲ୍ଲା ସଂଯୋଜକ କୁନୁ ଭୋଇ, ଗୌରଚନ୍ଦ୍ର ନାୟକଙ୍କ ସମେତ ଜିଲ୍ଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଏଥିସହିତ ନୂତନ ଭାବେ ପ୍ରଶିକ୍ଷଣ ନେଉଥିବା ଅନେକ ପ୍ରଶିକ୍ଷକ ଯୋଗ ଦେଇଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ