ଫୁଲବାଣୀ: ଜିଲ୍ଲାରେ ବ୍ୟାପକ ଭାବେ ମଦ କାରବାର ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହେଉଛି । ଅନେକ ପରିବାର ଉଜୁଡି ଯାଉଛି । ଏହାର ପ୍ରତିବାଦ କରିବାକୁ ଅଣ୍ଟା ଭିଡିଛନ୍ତି କନଭେନସନ। ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗାରେ ଏଥିପାଇଁ ଆନ୍ଦୋଳନ କରିବାକୁ ଆଗେଇ ଆସିଛନ୍ତି ମହିଳା ସଂଗଠନ ।
ଗୁରୁବାର ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବିଭିନ୍ନ ସଂଗଠନର ମହିଳା । ମଦ କାରବାର ରୋକିବାକୁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକେଲ ସପ୍ତାହେ ପରେ ଆନ୍ଦଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମହିଳା ସଂଗଠନ । ସେପଟେ ମଦକାରବାରକୁ ବନ୍ଦ କରିବା ନେଇ ଜିଲ୍ଲାପାଳଙ୍କଠାରୁ ମିଳିଛି ପ୍ରତିଶ୍ରୁତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ