ETV Bharat / state

କନ୍ଧମାଳରେ ଲଜ୍ଜା, ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

woman raped in kandhamal
woman raped in kandhamal
author img

By

Published : Aug 18, 2023, 10:28 AM IST

ଫୁଲବାଣୀ: କନ୍ଧମାଳରେ ଲଜ୍ଜା । ପାଶବିକତାରୁ ବର୍ତ୍ତିଲେନି ବିଧବା ମହିଳା । ଜିଲ୍ଲାରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ହୋଇଛି । ଘଟଣାର 10 ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଧୀନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଗିରଫ ଅଭିଯୁକ୍ତ ହେଉଛି ସୁଜେଲି ଗ୍ରାମର ବିଶିକେଶନ ପ୍ରଧାନ, ବୟସ 45 ବର୍ଷ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ-ଖାକିରେ ଦାଗ ! ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁଯାୟୀ, ଗତ 8 ତାରିଖ ଦିନ ବିଶିକେସନ ଜଣେ 35 ବର୍ଷୀୟା ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ମହିଳା ଜଣଙ୍କ ଜି ଉଦୟଗିରି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ 105/23ରେ ଏକ ମାମଲା ରୁଜୁ କରିଥିଲେ । ଏହାପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଥିଲେ । 9 ଦିନର ତଦନ୍ତ ପରେ ଗୁରୁବାର ଅଭିଯୁକ୍ତ ବିଶିକେଶନ ପ୍ରଧାନକୁ ଗିରଫ କରିଥିଲା ପୋଲିସ । ଧାରା 376(1), 506 ଆଇପିସି ଅନୁଯାୟୀ ଅଭିଯୁକ୍ତ ବିଶିକେଶନକୁ କୋର୍ଟଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଲଜ୍ଜା, ବୃଦ୍ଧାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଗତ ଜୁନ ମାସ 5 ତାରିଖରେ କଳାହାଣ୍ଡିରେ ଜଣେ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ନାଳରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ଦୁଷ୍କର୍ମର ଶିକାର ହେଲେ ବୃଦ୍ଧା ଜଣଙ୍କ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ପୀଡିତା ବୃଦ୍ଧା ଜଣଙ୍କ ମାନସିକ ଭାବେ ଅକ୍ଷମ । ଗିରଫ ଅଭିଯୁକ୍ତ ହେଉଛି ମଙ୍ଗଳପୁର ଗାଁର ଭୁଜ ପହରିଆ । ସେ ଟ୍ରାକ୍ଟର ଡ୍ରାଇଭର ଭାବରେ କାର୍ଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ-ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

ସେହିପରି ଜୁନ 15 ତାରିଖରେ କେନ୍ଦ୍ରାପଡାରେ ଜଣେ 80 ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପହିଲି ରଜରେ ଝିଅ ଘରକୁ ଭାର ଧରି ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ 80 ବର୍ଷୀୟା ବୃଦ୍ଧା । ଲିପ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଯୁବକ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା।

ଇଟିଭି ଭାରତ,କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.