ETV Bharat / state

ମହିଳା ନିଖୋଜ ହତ୍ୟାକାଣ୍ଡର ପର୍ଦାଫାଶ

କନ୍ଧମାଳ ଜିଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ଫୁଲବାଣୀ ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ କଲା ହତ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହିଳା ନିଖୋଜ ହତ୍ୟାକାଣ୍ଡର ପର୍ଦାଫାଶ
ମହିଳା ନିଖୋଜ ହତ୍ୟାକାଣ୍ଡର ପର୍ଦାଫାଶ
author img

By

Published : May 6, 2020, 9:27 PM IST

ଫୁଲବାଣୀ: କନ୍ଧମାଳ ଜିଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗାଁର ଜଣେ ବିଧବା ମହିଳା ନିର୍ମଳାଙ୍କୁ ହତ୍ୟା କରାଯାଇଥିଲା । ମହିଳାଙ୍କ ହତ୍ୟାକୁ ନେଇ ସନ୍ଦେହରେ ଥିଲା ପୋଲିସ କିନ୍ତୁ ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରାଯାଇଛି ।

ମହିଳା ନିଖୋଜ ହତ୍ୟାକାଣ୍ଡର ପର୍ଦାଫାଶ
ମହିଳା ନିଖୋଜ ହତ୍ୟାକାଣ୍ଡର ପର୍ଦାଫାଶ

ସୂଚନା ଅନୁଯାୟୀ ଗତ ଫେବୃଆରୀ 10 ତାରିଖରୁ ନିର୍ମଳା ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବ୍ରାହ୍ମଣୀ ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଚଳାଇଥିବା ସତ କିନ୍ତୁ ନିର୍ମଳାଙ୍କ କୌଣସି ଖବର ପାଇନଥିଲା । 72 ଦିନ ପରେ ନିର୍ମଳାଙ୍କ ହାଡ଼ କଙ୍କାଳ ନିକଟ ଜଙ୍ଗଲରୁ ମିଳିଥିଲା । ଏହାପରେ ସନ୍ଧାନୀ କୁକୁର ଦ୍ଵାରା ଛାନଭିନ ଆରମ୍ଭ କରିଥିଲା ପୋଲିସ । ଘଟଣା ସମ୍ପର୍କରେ ଖବରପାଇ ଅଭିଯୁକ୍ତ ଟୁକୁନା ଫେରାର ହୋଇଯାଇଥିଲା । ଶେଷରେ ପୋଲିସ୍ ପଞ୍ଝାରୁ ମୁକୁଳି ପାରିଲାନି ଅଭିଯୁକ୍ତ । ଗଞ୍ଜାମ ସୀମାନ୍ତ କାଟିଙ୍ଗିଆ ପଞ୍ଚାୟତର ପଦ୍ମପୁର ଗାଁ ନିକଟ ଜଙ୍ଗଲରୁ ଅଭିଯୁକ୍ତ ଟୁକୁନାକୁ ଗିରଫ କରିଛି ବ୍ରାହ୍ମଣୀଗାଁ ପୋଲିସ ।

ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଟିମ୍ ସହ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁସାରେ ୨୦୧୮ ମସିହାରେ ଅଭିଯୁକ୍ତ ଟୁକୁନା ବିରୋଧରେ ମୃତ ବିଧବା ମହିଳା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏନେଇ ଟୁକୁନାକୁ ଗିରଫ କରିଥିଲା ପୋଲିସ । ଜାମିନ ଦ୍ବାରା ଜେଲରୁ ମୁକୁଳିବା ପରେ ପ୍ରତିଶୋଧ ପରାୟଣ ହୋଇ ଟୁକୁନା ସମ୍ପୃକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ହତ୍ୟା ଧମକ ଦେଉଥିଲା ଏବଂ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲା ।

ଫେବୃଆରୀ 10 ତାରିଖରେ ସୁଯୋଗ ପାଇ ନିର୍ମଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଟୁକୁନା । ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ସହ ତାର ଉକ୍ତ ମହିଳାଙ୍କ ସହ ପୂର୍ବ ଶତ୍ରୁତା ଥିଲା ତେଣୁ ରାସ୍ତାରୁ ହଟାଇ ଦେବାକୁ ମନରେ ସ୍ଥିର କରିଥିଲା ବୋଲି କହିଛି । ନିର୍ମଳାଙ୍କୁ ହତ୍ୟା କରି ନିଜେ ଗାତ ଖୋଳି ଜଙ୍ଗଲରେ ପୋତି ଦେଇଥିବା ଅଭିଯୁକ୍ତ ବୟାନ ଦେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବା ପରେ ଜେଲ ଯାଇଛି ହତ୍ୟାକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.