ETV Bharat / state

ପାଣି ପାଇଁ ରାସ୍ତାରୋକ, ଯନ୍ତ୍ରୀକୁ ଅଟକ ରଖିଲେ ମହିଳା - ପାଣି ପାଇଁ ଫୁଲବାଣୀରେ ରାସ୍ତାରୋକ

ପିଇବା ପାଣି ଅସୁବିଧାକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ । ଯନ୍ତ୍ରୀକୁ ଅଟକ ରଖିଲେ ମହିଳା । ବୁଝାସୁଝା ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ

ପାଣି ପାଇଁ ରାସ୍ତାରୋକ, ଯନ୍ତ୍ରୀକୁ ଅଟକ ରଖିଲେ ମହିଳା

author img

By

Published : Jan 5, 2022, 7:21 PM IST

ଫୁଲବାଣୀ: ଖରା ଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖାଦେଲାଣି l ପାନୀୟ ଜଳ ପାଇଁ ରାସ୍ତାରୋକ କରିବା ସହ ଯନ୍ତ୍ରୀକୁ ଅଟକ ରଖିଛନ୍ତି ଲୋକେ l ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କନ୍ଧମାଳ ଜିଲ୍ଲାରେ।

ପାଣି ପାଇଁ ରାସ୍ତାରୋକ, ଯନ୍ତ୍ରୀକୁ ଅଟକ ରଖିଲେ ମହିଳା

ଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର କାନାପାଟି ନୂଆସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳା ମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି। ଏନେଇ ଖବର ପାଇ ଫୁଲବାଣୀ ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ପ୍ରଶାସନିକ ଅଧିକାରୀମାନେ ବୁଝାସୁଝା କରିବା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା । ସେପେଟେ ଗ୍ରାମରେ ପାଣି ନମିଳିବା ଯାଏ ଯନ୍ତ୍ରୀକୁ ବନ୍ଧକ ରଖିଥିବା ନାରୀ ନେତ୍ରୀ କୁନ୍ତୀ ଡିଗାଲ, ମମତା ଦିଗାଲ କହିଛନ୍ତି l

ତେବେ ଅତିଶୀଘ୍ର ପାନୀୟ ଜଳର ଵ୍ୟଵସ୍ଥା କରାଯିବା ସହ ବର୍ତ୍ତମାନ ପାଣି ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯିବ ବୋଲି ଜଳଯୋଗାଣ ଯନ୍ତ୍ରୀ ଅଵକ୍ଷିତ ନନ୍ଦ କହିଛନ୍ତି l ଗାଁଟି ପାହାଡିଆ ଅଞ୍ଚଳରେ ଥିବାରୁ ନଳକୂପରୁ କିମ୍ବା କୂଅରୁ ପାଣି ବାହାରୁନଥିବା ଯନ୍ତ୍ରୀ କହିଛନ୍ତି।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.