ETV Bharat / state

‘ଶିକ୍ଷୟିତ୍ରୀ ବଦଳି ନହେଲେ ସବୁଦିନ ପାଇଁ ସ୍କୁଲରେ ପଡିବ ତାଲା’ - ସାକାଡି ପ୍ରାଥମିକ ବିଦ୍ୟାଳୟ

ପିଲାଙ୍କୁ ପାଠ ପଢ଼ାଉ ନଥିବା ଶିକ୍ଷୟିତ୍ରୀଙ୍କ ବଦଳି ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ସମସ୍ୟାର ସମାଧାନ ନହେଲେ ସବୁଦିନ ପାଇଁ ତାଲା ପକାଇବା ନେଇ ଚେତାବନୀ । ଅଧିକ ପଢ଼ନ୍ତୁ...

ଶିକ୍ଷୟିତ୍ରୀ ବଦଳି ନହେଲେ ସବୁଦିନ ପାଇଁ ସ୍କୁଲରେ ପଡିବ ତାଲା
author img

By

Published : Oct 23, 2019, 5:00 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ସାକାଡି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ। ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସୁଜାତା ବିଶ୍ବାଳଙ୍କ ପାଠ ପଢ଼ାରେ ଅସନ୍ତୁଷ୍ଟ ହୋଇ ସ୍କୁଲରେ ପଡିଛି ତାଲା। ପାଠ ପଢ଼ାଇବାରେ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ପୂର୍ବରୁ ତାଙ୍କୁ ବଦଳି କରିବାକୁ ଲେଖି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ।

ଶିକ୍ଷୟିତ୍ରୀ ବଦଳି ନହେଲେ ସବୁଦିନ ପାଇଁ ସ୍କୁଲରେ ପଡିବ ତାଲା

ମଙ୍ଗଳବାର ସାକାଡି ପ୍ରାଥମିକ ବିଦ୍ୟାଳୟ ଗେଟରେ ଗାଁ ଲୋକେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ବଦଳି ନ କଲେ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି। ଶିକ୍ଷୟିତ୍ରୀ ପାଠ ପଢ଼ାଉ ନାହାଁନ୍ତି, ନିଜ କାର୍ଯ୍ୟରେ ଅବହେଳା କରିବା ସହ ସ୍କୁଲରେ ଶୋଇ ରହୁଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ। ଗତ ତିନି ମାସ ଧରି ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲେଖି ଜଣାଇଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା । ତେଣୁ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍କୁଲ ଭିତରେ ପିଲାମାନେ ରହିଥିବା ବେଳେ ତିନି ଜଣ ଶିକ୍ଷକ ବାହାରେ ଜଗି ରହିଥିଲେ।

ଖଜୁରିପଡା ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅନ୍ଦୋଳନ ପ୍ରତ୍ୟାହାର କରିଥିଲେ ଗ୍ରାମବାସୀ। ତେବେ ସପ୍ତାହକ ମଧ୍ୟରେ ଯଦି ଶିକ୍ଷୟିତ୍ରୀଙ୍କୁ ବଦଳି ନକରାଯାଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ମଙ୍ଗଳବାର ସମ୍ପୃକ୍ତ ଶିକ୍ଷୟିତ୍ରୀ ସ୍କୁଲ ଆସି ନଥିବା ବେଳେ ତାଙ୍କ ବିରୋଧରେ ତିନୋଟି ବିଭାଗୀୟ ପ୍ରୋସିଡିଙ୍ଗ(ଡିପି)ର ତଦନ୍ତ ଚାଲିଛି ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ପିରିକୁଡି ପଂଚାୟତ ଅନ୍ତର୍ଗତ ସାକାଡି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ। ଜଣେ ଶିକ୍ଷୟତ୍ରୀ ସୁଜାତା ବିଶ୍ୱାଳଙ୍କ ପାଠ ପଢ଼ାରେ ଅସନ୍ତୋଷ ହୋଇ ଏପରି ତାଲା ପକାଇଛନ୍ତି ସ୍କୁଲରେ। ପୂର୍ବରୁ ଏହି ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ଲେଖି ଜଣାଇଥିଲେ ହେ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ।

Body:ସାକାଡି ପ୍ରାଥମିକ ବିଦ୍ୟାଳୟରେ ଆଜି ତାଲା। ଗେଟରେ ଗାଁଲୋକେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଶିକ୍ଷୟତ୍ରୀଙ୍କୁ ବଦଳି ନ କଲେ ସ୍କୁଲ ତାଲା ବନ୍ଦ ରହିବ ବୋଲି କହିଛନ୍ତି। ଶିକ୍ଷୟତ୍ରୀ କୌଣସି ପାଠ ପଢ଼ାଉ ନାହାଁନ୍ତି ଏବଂ ସ୍କୁଲରେ ଶୋଇ ରହିଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ। ଗତ ତିନି ମାସ ଧରି ବାରମ୍ବାର ଲେଖି ଜଣାଇଲା ପରେ ମଧ୍ୟ କିଛି ନ ହେବାରୁ ଆନ୍ଦୋଳନ କରିଛନ୍ତି। ସ୍କୁଲ ଭିତରେ ପିଲା ମନେ ରହିଥିବା ବେଳେ ତିନି ଜଣ ଶିକ୍ଷକ ବାହାରେ ଜଗି ରହିଥିଲେ।
ବାଇଟ(୧) ଛାତ୍ର
(୨) ସୁଶାନ୍ତ କୁମାର ଝାଙ୍କର,ସଭାପତି,ସ୍କୁଲ କମିଟି, ସାକାଡି
(୩) ୱାର୍ଡ ମେମ୍ବର ,ସାକାଡି
ଖଜୁରିପଡା ବ୍ଲକ ଶିକ୍ଷା ଅଧିକାରୀ ଓ ସି ଆର ସି ପହଞ୍ଚି ଲୋକଙ୍କୁ ବୁଝା ଦୁଝା କରିଛନ୍ତି। ସପ୍ତାହେ ମଧ୍ୟରେ ବଦଳି ନ କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆମେ ଲେଖି ଦେଇଚୁ ବୋଲି କହିଛନ୍ତି ବି ଈ ଓ। ଆଜି ମଧ୍ୟ ସମ୍ପୃକ୍ତ ଶିକ୍ଷୟତ୍ରୀ ସ୍କୁଲ ଆସି ନାହାନ୍ତି। ତାଙ୍କ ବିରୋଧରେ ତିନୋଟି ବିଭାଗୀୟ ପ୍ରୋସିଡିଙ୍ଗ(ଡି ପି) ର ତଦନ୍ତ ଚାଲିଛି ବୋଲି କହିଛନ୍ତି ବି ଈ ଓ।
(୪) ରଂଜନ କୁମାର କଂହର,ବ୍ଲକ ଶିକ୍ଷା ଅଧିକାରୀ,ଖଜୁରିପଡା

Conclusion:ପିଟିସି ସଦାଶିଵ ପାତ୍ର,ଈଟିଭି ପ୍ରତିନିଧି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.