କନ୍ଧମାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଫୁଲବାଣୀ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ଘରେ ଚଢାଉ। ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ।
କେବଳ ବାସଭବନ ଏବଂ କାର୍ଯ୍ୟାଳୟ ନୁହେଁ ବ୍ରହ୍ମପୁର ପ୍ରଭୃତି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଆଦେଶ ବଳରେ ବିଭିନ୍ନ ସ୍ଥାନରେ ଖାନତଲାସୀ ଚାଲିଛି। ଭିଜିଲାନ୍ସରେ 1-2019 ରେ ମାମଲା ରୁଜୁ ହୋଇଥିଲା । ଫୁଲବାଣୀ,ବୌଦ୍ଧ,ଗଜପତି ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ ଏଥିରେ ସାମିଲ ଅଛନ୍ତି। ଏବେ ମଧ୍ୟ 4ଟି ସ୍ଥାନରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର ସ୍ଥିତ ଜୟଦୁର୍ଗାନଗରରେ ଯାଞ୍ଚ ଚାଲୁଥିବାର ଜଣାପଡିଛି।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ