ETV Bharat / state

ଲାଞ୍ଚ ନେଇ ଧରାପଡିଲେ ମେଡିକାଲ ଅଫିସର - ଭିଜିଲାନ୍ସ ଜାଲରେ ଡାକ୍ତର

7 ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ମେଡିକାଲ ଅଫିସର । ପୂର୍ବରୁ ଜାଲ ବିଛାଇଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

ଲାଞ୍ଚନେଇ ଧରାପଡିଲେ ମେଡିକାଲ ଅଫିସର
ଲାଞ୍ଚନେଇ ଧରାପଡିଲେ ମେଡିକାଲ ଅଫିସର
author img

By

Published : Mar 31, 2021, 5:49 PM IST

ଫୁଲବାଣୀ: ଭିଜିଲାନ୍ସ ଜାଲରେ ଡାକ୍ତର । ବିଲ୍ ପାସ୍ କରାଇବା ପାଇଁ 7 ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସିଏଚସିର ମେଡିକାଲ ଅଫିସର ଡ଼ା ନିଶିଥ ନିଶାନ୍ତ ମାଲୁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ଲାଞ୍ଚନେଇ ଧରାପଡିଲେ ମେଡିକାଲ ଅଫିସର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସର ତଥା ବ୍ଲକ ପବ୍ଲିକ୍ ହେଲ୍‌ଥ ଅଫିସର୍ ଡ଼ା ନିଶିଥ ନିଶାନ୍ତ ମଲୁ ସେହି ମେଡିକାଲ୍ ଅଧୀନରେ ପବିଙ୍ଗିଆ ସବ୍ ସେଣ୍ଟରରେ ହେଲ୍‌ଥ ୱର୍କର ଥିବା ବେଣୁପାଣି ଦିଗାଲଙ୍କ ଟିଏ ବିଲ୍ ବାବଦକୁ ପାଇବାକୁ ଥିବା ୪୧ ହଜାର ଟଙ୍କା ପାସ୍ କରିଦେବା ପାଇଁ 7 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବେଣୁପାଣି ଗତକାଲି(ମଙ୍ଗଳବାର) ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଜାଲ ବିଛାଇଥିଲା ଭିଜିଲାନ୍ସ । ଅଫିସ୍ ମଧ୍ୟରେ ଲାଞ୍ଚ ନେବାବେଳେ ଫୁଲବାଣୀ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଭିଜିଲାନ୍ସ ଇନ୍ସପେକ୍ଟର ସବିତା ନାୟକ ଏବଂ ତାଙ୍କ ଟିମ୍ ଡାକ୍ତରଙ୍କୁ ଧରିଛନ୍ତି ।

ଏହାପରେ ଡାକ୍ତର ନିଶିଥଙ୍କ ମେଡିକାଲରେ ଥିବା ତାଙ୍କ ଚାମ୍ବର, ସରକାରୀ କ୍ଵାଟରରେ ଖାନତଲାସୀ କରିଛି ଭିଜିଲାନ୍ସ । ଏହା ସହିତ ଭୁବନେଶ୍ୱର ସୁନ୍ଦରପଦା ବିନାୟକ ବିହାରରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ନିଶିଥଙ୍କୁ ଫୁଲବାଣୀ ଭିଜିଲାନ୍ସ ୟୁନିଟ ଠାରେ ପଚରାଉଚରା କରାଯାଉଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.