ETV Bharat / state

ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦୁଇ ସରପଞ୍ଚ ନିର୍ଦ୍ଦୋଷରେ ଖଲାସ - vigilance

କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତର 142379 ଟଙ୍କା ଆତ୍ମସାତ୍ ମାମଲାରେ ତତ୍କାଳୀନ ସରପଞ୍ଚ ଜୟନ୍ତୀ କହଁର ଓ ବିଘ୍ନେଶ୍ବର କହଁରଙ୍କୁ କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 29, 2019, 11:23 PM IST

ଫୁଲବାଣୀ: ଭିଜିଲାନ୍ସ ଦ୍ବାରା ଅଭିଯୁକ୍ତ ଦର୍ଶାଯାଇଥିବା ଦୁଇ ଜଣ ସରପଞ୍ଚଙ୍କୁ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟ ଖଲାସ କରିଛି। ତେବେ ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରେମାନନ୍ଦ ଦିଗାଲଙ୍କ ଏହାରି ମଧ୍ୟରେ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତର 142379 ଟଙ୍କା ଆତ୍ମସାତ୍ ମାମଲାରେ ତତ୍କାଳୀନ ସରପଞ୍ଚ ଜୟନ୍ତୀ କହଁର ଓ ବିଘ୍ନେଶ୍ବର କହଁରଙ୍କୁ କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି । 2007 ଓ 2008 ଆର୍ଥିକ ବର୍ଷରେ ଅର୍ଥ ଆତ୍ମସାତ୍ ଅଭିଯୋଗ ହୋଇଥିଲା ଏହି ପଞ୍ଚାୟତରେ । ପରେ ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ଏହି ମାମଲାରେ 24 ଜଣ ସାକ୍ଷୀ ସାକ୍ଷ୍ୟ ଦେଇଥିଲେ । ସରପଞ୍ଚଙ୍କ ପକ୍ଷରୁ ଆଇନଜୀବି ଅଜିତ୍ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.