କନ୍ଧମାଳ: କନ୍ଧମାଳରେ ମାତିଲେ ଲୁଟେରା । ଜିଲ୍ଲାର ଦାରିଙ୍ଗବାଡିରେ ବାଇକ ଲୁଟେରା ଲୁଟ କରିଛନ୍ତି ଦୁଇ ଲକ୍ଷ ଟଙ୍କା । ସୀମନବାଡି ଓ ବୁଡାଗୁଡା ପଞ୍ଚାୟତ ନିର୍ବାହି ଅଧିକାରୀ ଶ୍ରୀପତି ମଲିକଙ୍କ ଟଙ୍କା ଝାମ୍ପି ନେଇଥିବା ଅଭିଯୋଗ ହୋଇଛି ।
ଶ୍ରୀପତି ମଲିକ ବ୍ୟାଙ୍କରୁ ଟଙ୍କା ଉଠାଇ ଦାରିଙ୍ଗବାଡି ଛକରେ ଛିଡା ହୋଇଥିବା ବେଳେ 2ଜଣ ଦୁର୍ବୁତ୍ତ ଏକ ପଲସରରେ ଆସି ଟଙ୍କା ଝାମ୍ପି ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀପତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ