ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ସୁଲୁମାହା ଠାରେ ଏକ ବାଇକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦାରିଙ୍ଗବାଡ଼ି ଥାନା ଶ୍ରୀନିକେତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲେଜୁ ଗ୍ରାମର ବିଷ୍ଣୁ ପ୍ରଧାନ(୨୫), ଅମୀପ ପ୍ରଧାନ (୨୦), ସାଲୁ ପ୍ରଧାନ (୧୭) । ଏମାନେ ଏକ ବାଇକରେ ଟେରାବଡ଼ି ଗ୍ରାମକୁ ଭୋଜିରେ ଯୋଗଦେବା ପାଇଁ ଦାରିଙ୍ଗବାଡ଼ିରୁ ତେରାବାଡ଼ି ଗ୍ରାମକୁ ଯାଉଥିଲେ ।
ଏହି ସମୟରେ ସୁଲୁମା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ବାଇକ ଚାଳକ ଭାରସାମ୍ୟ ହରାଇ ବାଇକ ସହ ଏକ ଗଛକୁ ଧକା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଘଟଣାରେ ଦୁଇ ଜଣ ଅମୀପ ପ୍ରଧାନ ଓ ସାଲୁ ପ୍ରଧାନ ଗୁରୁତର ହୋଇଥିଲା ବେଳେ ବିଷ୍ଣୁ ପ୍ରଧାନ ସାମାନ୍ୟ ଆହତ ହୋଇଥିଲେ ।
ଖବର ପାଇ ଗ୍ରାମର କିଛି ଲୋକ ଏକ ଜିପରେ ଗୁରୁତରଙ୍କୁ ଦାରିଙ୍ଗବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚିକିତ୍ସା କରିବାର କିଛି ସମୟ ପରେ ଗୁରୁତର ଦୁଇଜଣ ଅମୀପ ପ୍ରଧାନ ଓ ସାଲୁ ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ ଦାରିଙ୍ଗବାଡ଼ି ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରିବା ସହ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ଇଟିଭି ଭାରତ, କନ୍ଧମାଳ