କୋରାପୁଟ: କମ ବିଜୁଳି ଶକ୍ତିର ବ୍ୟବହାର ପାଇଁ ପ୍ରସ୍ତୁତି । ବର୍ତ୍ତମାନ ଘରର ଡିଜାଇନରେ ତ୍ରୁଟି ରହୁଥିବା ଯୋଗୁଁ ବିନା ବିଜୁଳି ବତି ରେ ଘର ଭିତର ଭାଗ ଟି ଅନ୍ଧାରରେ ଦେଖା ଦେଉଛି । ବିନା ଏସିରେ ଗରମ ଲାଗୁଛି । ତେବେ ଏନେଇ ପ୍ରାକୃତିକ ଭାବରେ ଆଲୋକ ଓ ପବନର ପ୍ରବେଶ କରାଇ ପାରିଲେ ବିଦ୍ୟୁତ ଶକ୍ତି ଉପରେ ନିର୍ଭର କରିବାର ପରିମାଣରେ ହ୍ରାସ ଘଟିବ ।
ତେବେ ଜିଲ୍ଲାରେ ନୂତନ ଭାବେ ନିର୍ମାଣ ହେଉଥିବା ସରକାରୀ ଓ ନିଜସ୍ବ ଘର ତିଆରି କଲାବେଳେ କିପରି ସେଗୁଡ଼ିକର ଯଥା ସମ୍ଭବ କମ୍ ବିଜୁଳି ଶକ୍ତି ର ବ୍ୟବହାର ହେବ ସେ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି କୋରାପୁଟସ୍ଥିତ ଶକ୍ତି ବିଭାଗ ର ଏସ.ଇ ହୃଷୀକେଶ ମେହେର ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗୃହ ନିର୍ମାଣ ର ଦାୟିତ୍ବରେ ଥିବା ସରକାରୀ ବିଭାଗ ଗୁଡ଼ିକର ସଂପୃକ୍ତ ଅଧିକାରୀ ଏହି ପ୍ରସ୍ତୁତି ର ତାଲିମ ସାରିବା ପରେ ବିଶେଷ କରି ଅଙ୍ଗନବାଡ଼ି, ବିଦ୍ୟାଳୟ , ହସ୍ପିଟାଲ ଭଳି ସର୍ବସାଧାରଣଙ୍କ ବ୍ୟବହାରରେ ଲାଗୁଥିବା ଭବନ ଗୁଡ଼ିକର ନିର୍ମାଣ ସମୟରେ ଏହି କଥାକୁ ଗୁରୁତ୍ଵ ଦିଆଯିବ ବୋଲି ମେହେର କହିଛନ୍ତି । ଏଥିସହ ଜିଲ୍ଲାପାଳ ଅବଦଲ ଅକ୍ତର ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଆସନ୍ତା ଦିନରେ ଜିଲ୍ଲାରେ ଯେତେ ନୂତନ ଭବନ ନିର୍ମାଣ ହେବ ସେଥିରେ ଏହି ନୂତନ ଜ୍ଞାନକୌଶଳକୁ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ କୋରାପୁଟ ଶକ୍ତି ବିଭାଗ ର ଏସ. ଇ ହୃଷୀକେଶ ମେହେର କହିଛନ୍ତି ଏହା ଏକ ଟ୍ରେନିଂ କାର୍ଯ୍ୟକ୍ରମ ଚାଲିଛି କୋରାପୁଟରେ । ଏଥିରେ କୋଠାଗୁଡିକୁ କିପରି ଭାବରେ ବନେଇଲେ ଆମର କମ୍ ବିଦ୍ୟୁତ ଶକ୍ତି ବ୍ୟବହାର କରାଯିବ । ଏହା ହେଉଛି ଟ୍ରେନିଂ ର ମୂଳ ଲକ୍ଷ୍ୟ ରହିବ ।
ଇଟିଭି ଭାରତ, କୋରାପୁଟ