ETV Bharat / state

କନ୍ଧମାଳରେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା - ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କନ୍ଧମାଳରେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ ସହିତ ଏସଓଜି ଏବଂ ଅନ୍ୟ ଷ୍ଟାଟିକ୍ ଫୋର୍ସ ମୁତୟନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 22, 2019, 9:10 PM IST

ଫୁଲବାଣୀ: ରାତି ପାହିଲେ ଭୋଟ ଗଣତି । କନ୍ଧମାଳ ଜିଲ୍ଲାରେ ଭୋଟ ଗଣତି ନେଇ ପ୍ରସ୍ତୁତି ଶେଷ ହୋଇଛି । କନ୍ଧମାଳ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ସିଆରପିଏଫ ସହିତ ଏସଓଜି ଏବଂ ଅନ୍ୟ ଷ୍ଟାଟିକ୍ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ ସରକାରୀ ପଲିଟେକନିକ କଲେଜରେ ଫୁଲବାଣୀ ବିଧାନସଭା ଓ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରତି ରାଉଣ୍ଡରେ ଦଶଟି ଲେଖାଏଁ ଟେବୁଲରେ ହେବ ଭୋଟ ଗଣତି । ତେଣୁ ଦଶ ରାଉଣ୍ଡରେ ଗଣତି ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ।

ସେହିପରି ବାଲିଗୁଡାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲିଗୁଡା ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ଭୋଟ ଗଣତି ହେବାକୁ ଥିବା ବେଳେ ଘୁ.ଉଦୟଗିରି ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ସାତଟି ଟେବୁଲରେ ପ୍ରତି ରାଉଣ୍ଡରେ ହେବେ ଭୋଟଗଣତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ଆଠଟାରୁ ଆରମ୍ଭ ହେବ ଗଣତି ଏବଂ ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ତିନି ଜଣିଆ ଏମ ସି ଆଇ ଟିମ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି ଆଜି ଫେରିଯାଇଛି । ମେଡିକାଲ କଲେଜ ର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କ କହିବା ଅନୁଯାୟୀ ମେଡିକାଲ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀ ଗ୍ରହଣ କରିବା ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ପରୀକ୍ଷା କରିବା ପରେ ଟିମ ସନ୍ତୋଷ ପ୍ରକାଶ କରିଛନ୍ତି । ହସ୍ପିଟାଲ ରେ ମଧ୍ୟ ଆବଶ୍ୟକ ହେଉଥିବା ଭିତ୍ତିଭୂମି ରେ  ସୁଧାର ଆସିଥିବା ଯୋଗୁଁ ତୃତୀୟ ବର୍ଷ ର କ୍ଳାସ ଆରମ୍ଭ କରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ସେ ଆଶାପୋଷଣ କରିଛନ୍ତି ।
..........
Byte : Krushna Chandra Biswal , Dean , Sahid Laxman Nayak Medical College , Koraput
..........
ଶାନ୍ତାକାର
କୋରପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.