ଫୁଲବାଣୀ: କନ୍ଧମାଳ ଦଙ୍ଗା ଘଟଣାରେ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ପ୍ରମାଣ ଅଭାବରୁ ଶେଷରେ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଳାସ କରିଛନ୍ତି ସେସନ ଜଜ୍ । ଦୋଷ ନକରି ବି ଦୀର୍ଘ ୧୪ ବର୍ଷ ହେଲା ଜେଲ୍ରେ ରହି ଆସୁଥିଲେ ଏମାନେ । ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ୪ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା । ସେହି ସମୟରେ ଏହି ଦଙ୍ଗା ଆଇନ ଶୃଙ୍ଖଳା ସ୍ଥିତିକୁ ବିପର୍ଯ୍ୟସ୍ତ କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାର ବିଚାର କରି ଆଜି ବାଲିଗୁଡା ଅତିରିକ୍ତ ସେସନ ଜଜ୍ ଦୀପଙ୍କର ପଟ୍ଟନାୟକ ଗିରଫ ହୋଇଥିବା ୩୨ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ୨୦୦୮ ମସିହା ସେପ୍ଟେମ୍ବର ୨ ତାରିଖରୁ ଏହି ମାମଲା ଚାଲା ଆସୁଥିଲା । ଏହି ମକଦ୍ଦମାକୁ ବାଲିଗୁଡାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ l
ଇଟିଭି ଭାରତ, କନ୍ଧମାଳ