ଫୁଲବାଣୀ: ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇ ୭୩ ବର୍ଷ ବୃଦ୍ଧା ଜୀବନ୍ତ ଦଗ୍ଧ । କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସମଗ୍ର ଓଡ଼ିଆରେ ଜଙ୍ଗଲରେ ନିଆଁ ଲାଗିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଏବଂ ପଶୁ ପକ୍ଷୀଙ୍କର ଜୀବନ ଯାଉଛି ।
ତେବେ ଗତକାଲି(ଗୁରୁବାର) ସକାଳେ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମରେ ରମାବତି ପ୍ରଧାନ (୭୩) ମହୁଲ ଗୋଟେଇ ବାକୁ ଯାଇଥିବା ବେଳେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖି ଲିଭାଇବାକୁ ଚେଷ୍ଟା କରିଥିଲେ । ଠିକ ସେହି ସମୟରେ ରମାବତିଙ୍କ ଦେହରେ ନିଆଁ ଲାଗିଯିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଗାଁ ଲୋକ ମୃତଦେହକୁ ରାଇକିଆ ସ୍ଵାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ନେଇ ସେଠାରେ କିଛି ସମୟ ହୋହାଲ୍ଲା କରିଥିଲେ ।
ଶେଷରେ ବିଜେପି ଜିଲ୍ଲା ପରିଷଦ ଝୁଲିମା ଦଳବେହେରା, ବ୍ଳକ ସଭାପତି ନାରାୟଣ ପାତ୍ର, ବିଲୁ ମହାନ୍ତି ପୁରା ବିଜେପି ଟିମ୍ ପହଞ୍ଚିଲେ । ମେଡିକାଲରେ ସମସ୍ତ ଡାକ୍ତର ରହିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାୟୀ ପିଲା ରହିବା ଦରକାର ବୋଲି ସେମାନେ ଦାବି ରଖିଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ