ETV Bharat / state

କାର୍ଯ୍ୟକ୍ଷମ ହେଲା ସମନ୍ବିତ ଭିତ୍ତିଭୂମି ପରିସର, ଅନ୍ତେବାସୀ ପାଇବେ ସ୍ୱାସ୍ଥ୍ୟସେବା ଓ ଫିଜିଓଥେରାପି - କାର୍ଯ୍ୟକ୍ଷମ ହେଲା ସମନ୍ବିତ ଭିତ୍ତିଭୂମି ପରିସର

କାର୍ଯ୍ୟକ୍ଷମ ହେଲା ସମ୍ମନ୍ବିତ ଭିତ୍ତିଭୂମି ପରିସର । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଉପସ୍ଥିତ ରହି ବନବାସୀର ଭାମ୍ର୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନକୁ ଉଦଘାଟନ କରିଥିଲେ । ଅଧିକ ପଢ଼ନ୍ତୁ

କାର୍ଯ୍ୟକ୍ଷମ ହେଲା ସମନ୍ବିତ ଭିତ୍ତିଭୂମି ପରିସର, ଅନ୍ତେବାସୀ ପାଇବେ ସ୍ୱାସ୍ଥ୍ୟସେବା ଓ ଫିଜିଓଥେରୋପି

author img

By

Published : Jun 8, 2022, 7:06 PM IST

ଫୁଲବାଣୀ : କାର୍ଯ୍ୟକ୍ଷମ ହେଲା ସମ୍ମନ୍ବିତ ଭିତ୍ତିଭୂମି ପରିସର । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଉପସ୍ଥିତ ରହି ବନବାସୀର ଭାମ୍ର୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନକୁ ଉଦଘାଟନ କରିଥିଲେ । ସେହିଭଳି ନିପିଡ଼ିତର ଫିଜିଓଥେରାପି ଓ ଆଶ୍ରାର ଜରାନିବାସକୁ ମଧ୍ୟ ଉଦଘାଟିତ କରିଥିଲେ । ଜିଲ୍ଲାପାଳ ଆଶ୍ରାରେ ରହିଥିବା ବୃଦ୍ଧବୃଦ୍ଧାଙ୍କ ସହିତ କଥା ହେବାସହ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଫିଜିଓଥେରାପିରେ କ'ଣ ସେବା ରହିଛି ସେ ବିଷୟରେ ପଚାରି ବୁଝିଥିଲେ । ବରିଷ୍ଠ ନାଗରିକମାନେ କିପରି ଏହାର ସୁବିଧା ନେଇ ପାରିବେ ସେ ନେଇ ବନବାସୀର ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସହିତ କଥା ହୋଇଥିଲେ ।

କାର୍ଯ୍ୟକ୍ଷମ ହେଲା ସମନ୍ବିତ ଭିତ୍ତିଭୂମି ପରିସର, ଅନ୍ତେବାସୀ ପାଇବେ ସ୍ୱାସ୍ଥ୍ୟସେବା ଓ ଫିଜିଓଥେରୋପି

ଗତ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଗସ୍ତରେ ଆସି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଯୋଜନା ସହିତ ସମ୍ମନ୍ବିତ ଭିତ୍ତିଭୂମି ପରିସର ବା ଜରାନିବାସକୁ ଉଦଘାଟିତ କରିଥିଲେ । ଏହି ଭିତ୍ତିଭୂମି ପରିସରରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ୨୦୦ଟି ଶଯ୍ୟା ରହିଥିବାବେଳେ ସେମାନଙ୍କ ପାଇଁ ରହିବା ଖାଇବା ସହିତ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭାମ୍ର୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନସ୍‌, ଫିଜିଓଥେରାପି ସେଣ୍ଟର ଯେଉଁ ଠାରେ ଅତ୍ୟାଧୁନିକ ସରଞ୍ଜାମ ରହିଛି । ଯାହା ବରିଷ୍ଠ ନାଗରିକ ଓ ଜରାନିବାସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ଏହି ପରିସରରେ ମଧ୍ୟରେ ଆଗାମୀ ଦିନରେ ରାସ୍ତାରେ ବୁଲି ଭିକ୍ଷା କରୁଥିବା ଲୋକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟ ଏହି ସମ୍ମନ୍ବିତ ଭିତ୍ତିଭୂମି ପରିସରରେ କରାଯିବାକୁ ସ୍ଥିର କରାଯାଇଛି ।

ବନବାସୀ ସେବା ସମିତି ଭାମ୍ର୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ନିୟମିତ ପରୀକ୍ଷା ଆଦି ବ୍ୟବସ୍ଥା ରହିଛି। ସେହିପରି ନିପିଡ଼ିତକୁ ଫିଜିଓଥେରୋପି ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିଭଳି ଆଶ୍ରାକୁ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ରଖିବାର ଦାୟିତ୍ୱ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୫୦ ଜଣ ବରିଷ୍ଠ ମହିଳା ଓ ପୁରୁଷଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଫୁଲବାଣୀ ବିଡିଓ ଶାନ୍ତନୁ ନାୟକ, ଡିଏସଏସହ ବଳରାମ ସେଠୀ, ବନବାସୀର ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ନିପିଡ଼ିତର ରାମଚନ୍ତ୍ର ଦାସ ଓ ଆଶ୍ରାର କରାମତ ଅଲ୍ଳୀ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.