ETV Bharat / state

ଓଡ଼ିଶା ଡ୍ରାଇଭର ମହାସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Apr 12, 2022, 9:35 PM IST

ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଦାବିପତ୍ର । ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆନ୍ଦାେଳନାତ୍ମକ ପଦକ୍ଷେପ ନିଆଯିବ । ଅଧିକ ପଢ଼ନ୍ତୁ

ଓଡ଼ିଶା ଡ୍ରାଇଭର ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ଏକ ଦାବିପତ୍ର ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଫୁଲବାଣୀ ଡ୍ରାଇଭର ସଂଘ ପକ୍ଷରୁ ଦାବି ପତ୍ର ଦିଆଯାଇଥିଲା । ପୂର୍ବରୁ ଗତ ସେପ୍ଟେମ୍ବର ୧ ତାରିଖ ଦିନ ପ୍ରତ୍ୟେକ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବା ସହିତ ଅକ୍ଟୋବର ମାସ ୨୯ ତାରିଖରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ସଂଘ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚପଦାଧିକାରୀ ଓ ମନ୍ତ୍ରୀମାନେ ମହାସଂଘ ସହିତ ଭୁବନେଶ୍ଵରଠାରେ ଡିସେମ୍ବର ମାସ ୪ ତାରିଖରେ ଆଲୋଚନା କରିବା ସହ ପଞ୍ଚାୟତ ନିର୍ବାଚନ ପରେ ନିଶ୍ଚିତ ପଦକ୍ଷେପ ନେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ।

ଫଳରେ ରାଜ୍ୟ ସରକାରଙ୍କ ଉପରେ ବିଶ୍ବାସ କରି ଆମେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ଇତି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳର ସମସ୍ତ ନିର୍ବାଚନ କରିସାରିଛନ୍ତି । ତେଣୁ ସରକାର କରୋନାବେଳେ ମୁଖ୍ୟ ସାରଥୀ ସାଜିଥିବା ଡ୍ରାଇଭରମାନଙ୍କ ଦ୍ଵାରା ଦିଆଯାଇଥିବା ନ୍ୟାୟୋଚିତ୍ତ ୧୧ଦଫା ଦାବି ପୂରଣ କରିବା ନିମନ୍ତେ ତ୍ବରିତ ପଦକ୍ଷେପ ନେବା ସହ ଡ୍ରାଇଭର ତଥା ସେମାନଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ଦେବା ସହ ଆନ୍ତରିକ ସହାୟତା ପାଇଁ ନିବେଦନ ଜଣାଇଛନ୍ତି । ଆସନ୍ତା ୭ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାର ଡ୍ରାଇଭରମାନେ ରାଜଧାନୀ ଭୁବନେଶ୍ଵର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛି ଓଡ଼ିଶା ଡ୍ରାଇଭର ମହାସଂଘ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.