ETV Bharat / state

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା, ଆନ୍ଦୋଳନର ଚେତାବନୀ ଦେଲେ କୁଇ ସମାଜ - ଜଣେ ଶିକ୍ଷୟତ୍ରୀଙ୍କୁ ତିନି ଜଣ ଶିକ୍ଷକ ନିର୍ଯାତନା

ନୂଆଗାଁ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତଙ୍କୁ କୁଇ ସମାଜର ଗିରଫ ଦାବି । ଏନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦେଇ ଅଭିଯୁକ୍ତ ଗିରଫ କରିବାକୁ ଦାବି କରିଥିଲେ ସମାଜ । ହେଲେ ଆଜି ଯାଏ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 3, 2019, 9:17 AM IST

କନ୍ଧମାଳ: ନୂଆଗାଁ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଯାତନା ଘଟଣା । କୁଇ ସମାଜ ଦେଇଥିବା ସମୟର କଣ୍ଟ ପୁରିଛି । ସମସ୍ତ ଶିକ୍ଷକଙ୍କୁ ଗିରଫ କରିବା ନେଇ ସେପ୍ଟେମ୍ବର 2 ତାରିଖ ଯାଏଁ ଡେଡଲାଇନ ଦେଇଥିଲେ ଆଦିବାସୀ କୁଇ ସମାଜ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତ ଜାରି ରହିଥିବାବେଳେ କାହାକୁ ଗିରଫ କରାଯାଇନାହିଁ । ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
କନ୍ଧମାଳ ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ତିନି ଜଣ ଶିକ୍ଷକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷୟିତ୍ରୀ ଜଣକ ଥାନାରେ ମାମଲା ରୁଜୁ କରିଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ କୁଇ ଆଦିବାସୀ ସମାଜ ଠାରେ ଅଭିଯୋଗ କରିବା ପରେ ମାମଲା ଭିନ୍ନ ମୋଡି ନେଇଥିଲା । ସମାଜର ଡେଡଲାଇନ ପରେ ପୋଲିସ ଉପରେ ଚାପ ସୃଷ୍ଟି ହେବ ବୋଲି ଶିକ୍ଷକ ସଙ୍ଗଠନ ଚିନ୍ତିତ ଥିବାବେଳେ ନିରପକ୍ଷ ତଦନ୍ତ ଦାବି କରାଯାଇଛି । ସେପଟେ ଏହି ଘଟଣାକ ସହିତ ଇତିଶ୍ରୀ ଘଟଣା ଯୋଡା ଯିବା ଦ୍ବାରା ଏକ ଭିନ୍ନ ମୋଡ ନେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଶିକ୍ଷୟତ୍ରୀଙ୍କୁ ନିର୍ଯାତନା ଘଟଣା । କୁଇ ସମାଜ ଦେଇଥିବା କଣ୍ଟ ପୁରିଛି । ସେପ୍ଟେମ୍ବର 2 ତାରିଖ ଯାଏଁ ଦେଇଥିଲା ଡେଡ଼ଲାଇନ। ସମସ୍ତ ଶିକ୍ଷକଙ୍କୁ ଗିରଫ କରିବାକୁ ଦାବି କରିଥିଲା ଆଦିବାସୀ କୁଇ ସମାଜ । ତେବେ ପୋଲିସ ତଦନ୍ତ ଚାଲିଥିବା କହିଛି।

Body:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ୟୁ ପି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ତିନି ଜଣ ଶିକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଶିକ୍ଷୟିତ୍ରୀ ଜଣକ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ତଦନ୍ତ କରୁଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ତଦନ୍ତ କରୁଛନ୍ତି।
ବାଇଟ(୧) ଲମ୍ବୋଦର କଂହର,ସମ୍ପାଦକ,ଜିଲ୍ଲା କୁଇ ସମାଜ ସମନ୍ୟାୟ ସମିତି

Conclusion:ତେବେ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ସ୍ୱାମୀ କୁଇ ଆଦିବାସୀ ସମାଜ ଠାରେ ଅଭିଯୋଗ କରିବା ପରେ ମାମଲା ଭିନ୍ନ ମୋଡ ନେଇଛି । ସମାଜର ଡେଡ଼ ଲାଇନ ପରେ ପୋଲିସ ଉପରେ ଚାପ ସୃଷ୍ଟି ହେବ ବୋଲି ଶିକ୍ଷକ ସଂଗଠନ ଚିନ୍ତିତ ଥିବା ବେଳେ ନିରପେକ୍ଷ ତଦନ୍ତ ଦାବି କରୁଛି। ଇତିଶ୍ରୀ ଘଟଣା ସହିତ ଯୋଡିବା ଦ୍ଵାରା ଏକ ଭିନ୍ନ ମୋଡ ନେଇଛି ଏହି ମାମଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.