ETV Bharat / state

ଶିକ୍ଷା ବ୍ୟବସ୍ଥାକୁ ଆଖିଠାର, ସ୍କୁଲରେ କାଠ ବୋହିଲେ ଛାତ୍ର - କନ୍ଧମାଳରେ ସ୍କୁଲ କାମରେ ନିୟୋଜିତ ଛାତ୍ର

ସ୍କୁଲରେ ପାଠ ବଦଳରେ କାଠ ବୋହିଲେ ଏବଂ ଡ୍ରେନ ସଫାକଲେ ଛାତ୍ର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

students engaged in school work in kandhamal
ଶିକ୍ଷା ବ୍ୟବସ୍ଥାକୁ ଆଖିଠାର, ସ୍କୁଲରେ କାଠ ବୋହିଲେ ଛାତ୍ର
author img

By

Published : Sep 6, 2022, 11:33 AM IST

ଫୁଲବାଣୀ: ପ୍ରହସନ ପାଲଟିଛି ଆଜିର ଛାତ୍ର, ଆଗାମୀ ଦିନର ଭବିଷ୍ୟତ । ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍କୁଲରେ ପାଠ ବଦଳରେ କାଠ ବୋହିଲେ ଏବଂ ଡ୍ରେନ ସଫା କଲେ ଛାତ୍ର । ବିଦ୍ୟାଳୟକୁ ଛାତ୍ରଛାତ୍ରୀ ବିଦ୍ୟା ଆହରଣ କରିବାକୁ ଯାଉଛନ୍ତି । ହେଲେ ବିଦ୍ୟାଳୟରେ ଅନ୍ତେବାସୀ ଜାଳେଣି କାଠ ବୋହିବା ସହ ଅଳିଆ ଆବର୍ଜନା ସଫା କରିବା କେତେଦୂର ଯୁକ୍ତିଯୁକ୍ତ ? ଏକଥା ଆମେ କହୁନୁ ମିଳିଥିବା ତଥ୍ୟ କହୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସ୍କୁଲରେ କାଠ ବୋହିଲେ ଛାତ୍ର

ଏହା ମଧ୍ୟ ପଢ଼ନ୍ତୁ: ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ, ଥାନାରେ ଅଭିଯୋଗ

ଛାତ୍ରଙ୍କ ଦ୍ବାରା ରୋଷେଇ ପାଇଁ ଜାଳେଣି କାଠ ଜଙ୍ଗଲରୁ ବୁହା ହେଉଥିବା ଦେଖିବାକୁ ମିଳିଛି । ପିଲାଙ୍କୁ ନାଳ ନର୍ଦ୍ଦମା ସଫା କରେଇବା ଭଳି କାମ କରାଉଥିବା ଅଭିଯୋଗ ହୋଇଛି । ଯଦି ପିଲାଏ ଏପରି କାର୍ଯ୍ୟ କରିବେ ତେବେ ଭବିଷ୍ୟତ କଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆବାସିକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏହାସହ ଦଣ୍ଡ ମୁକ୍ତ ଅଞ୍ଚଳ ମଧ୍ୟ ଘୋଷଣା କରିଛନ୍ତି । କିନ୍ତୁ ସରକାରଙ୍କ ନିୟମ ଏବେ କାନ୍ଥ ବାଡରେ ହିଁ ସୀମିତ ରହୁଛି ।

ବିଦ୍ୟାଳୟ ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ଓ ଅଧିକାରୀ କଣ କରୁଛନ୍ତି ଭିଡିଓ ସବୁ ବୟାନ କରୁଛି । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ହଷ୍ଟେଲ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.