ETV Bharat / state

ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ

author img

By

Published : Jul 12, 2022, 8:54 PM IST

ସଦର ଥାନା ସରକାରୀ ଆଇଟିଆଇ ପାଖ ଜଙ୍ଗଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ମିଳିବା ଘଟଣା । ଏହି ଘଟଣାରେ ପୋଲିସ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ଅପହରଣ କରିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ
ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ

ଫୁଲବାଣୀ: ସଦର ଥାନା ସରକାରୀ ଆଇଟିଆଇ ପାଖ ଜଙ୍ଗଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ମିଳିବା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଏହି ଘଟଣାରେ ପୋଲିସ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ଅପହରଣ କରିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣକ ହେଲେ ପକଡାଇ ଗାଁର ସୁଦାମ କହଁର ।

ଏହା ଏକ ପ୍ରେମଜନିତ ଘଟଣା ବୋଲି ପୋଲିସ କହିଛି । ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଘରୁ ପଳାଇଥିଲେ । ଡକାଙ୍ଗିରେ ଥିବା ସାଙ୍ଗ ଘରେ ଯାଇ ରହିଥିଲେ । ଛାତ୍ରୀ ଆଉ ଘରକୁ ଫେରିବାକୁ ଚାହୁଁ ନଥିଲେ । ସେ ସେଠାରୁ ସ୍କୁଲ ଯିବାକୁ ଚାହୁଁଥିଲେ । ମାତ୍ର ସୁଦାମ ଛାତ୍ରୀକୁ ଘରକୁ ଯିବା ପାଇଁ ବାଧ୍ୟ କରି ଆଣି ଗାଡିରେ ଘରେ ଛାଡିଥିଲେ । ସେ ଘରୁ ପଳାଇଥିବା ଯୋଗୁଁ ପରିବାର ଲୋକଙ୍କ ଭୟରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅନୁସନ୍ଧାନରୁ ଜଣାପଡିଛି ।

ଛାତ୍ରୀଙ୍କୁ ସୁଦାମ ନେଇ ଯାଇଥିବାରୁ ଏବଂ ତାଙ୍କୁ ଆତ୍ମହତ୍ୟା କରିବାକୁ ଛାଡି ପଳାଇଥିବାରୁ ତାଙ୍କ ନାମରେ ଅପହରଣ ମାମଲା ରୁଜୁ କରାଯାଇଛି । ଭିସେରା ରିପୋର୍ଟ ଆସିଲା ପରେ ପ୍ରକୃତରେ ଛାତ୍ରୀଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ।

ସୁଚନାଯୋଗ୍ୟ, ଫୁଲବାଣୀ ଗଉଡପଡା ଗାଁର ପ୍ରତାପ କହଁରଙ୍କ ୧୪ ବର୍ଷ ଝିଅ ଦୂତିପଡା ଲେମ୍ବୁ ବଗିଚା ହାଇ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ । ସ୍କୁଲ ଛୁଟି ହେବାରୁ ସେ ତାଙ୍କ ମାଆଙ୍କ ସାଙ୍ଗରେ ଘରକୁ ଆସି ଥିଲେ । ଘରେ କିଛି ଦିନ ରହିବା ପରେ ସେ ଡକାଙ୍ଗିରେ ଥିବା ସାଙ୍ଗ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଘରକୁ ଫେରି ନ ଥିଲେ । ଦୁଇଦିନ ପରେ ଆଇଟିଆଇ ପାଖ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ପାରିପାର୍ଶିକ ପରିସ୍ଥିତିକୁ ଲକ୍ଷ୍ୟ କରି ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରାଯାଇ ଥିବା ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.