କନ୍ଧମାଳ: ଓଡିଶାର ଭୂସ୍ବର୍ଗ ଦାରିଙ୍ଗବାଡି । ଶୀତ ଦିନେ ଶୀତ ମହୋତ୍ସବ ସ୍ବାଗତ କରୁଛି ପର୍ଯ୍ୟଟକଙ୍କୁ । ତିନି ଦିନିଆ ଶୀତ ମହୋତ୍ସବକୁ ଉପଭୋଗ କରୁଛନ୍ତି ଲୋକେ ।
ତେବେ 5 ବର୍ଷ ପରେ ପୁଣି ଦାରିଙ୍ଗବାଡିରେ ଶୀତ ଉତ୍ସବ ଆୟୋଜନକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଯାହାକୁ ନେଇ ଦାରିଙ୍ଗବାଡିର ହେଲିପେଡ ପଡିଆ ମଞ୍ଚରେ ଜୋର ଧରିଛି ସାସ୍କୃତିକ କାର୍ଯ୍ୟକ୍ରମ । ସ୍ଥାନୀୟ କଳାକାରଙ୍କ ସହିତ ଜିଲ୍ଲା ବାହାର କଳାକାରଙ୍କ ମନଛୁଆଁ ନୃତ୍ୟ ସଙ୍ଗୀତରେ ସମସ୍ତେ ବିଭୋର ହୋଇଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ