ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ମୂଖ୍ୟ ଫାଟକରେ ଲାଗିଛି ମାଓ ପୋଷ୍ଟର । ବାଂଶଧାରା ଡିଭିଜନ ତରଫରୁ ମରାଯାଇଥିବା ଏହି ପୋଷ୍ଟର ମରାଯାଇଛି । ତେବେ ପୋଲିସ ଉକ୍ତ ପୋଷ୍ଟରକୁ ଜବତ କରିଛି ।
ବାଲିଗୁଡ଼ା ଏସଡିପିଓଙ୍କ ବଦଳି ସତ୍ତ୍ବେ କାହିଁକି ସେ କାର୍ଯ୍ୟରେ 4 ମାସ ହେବ ରହିଛନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି । ଏହାସହ ଉକ୍ତ ଅଫିସର 10 କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି । ଫଳରେ ତାଙ୍କୁ ପ୍ରଜାକୋର୍ଟରେ ବିଚାର କରାଯାଇ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି ।
କିନ୍ତୁ ପୋଷ୍ଟରଟିକୁ କିଏ ମାରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି । ଏହି ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ କରାଯାଉଛି ବୋଲି ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଫୁଲବାଣୀରୁ ସଦାଶିବ ପାତ୍ର, ଇଟିଭି ଭାରତ