ETV Bharat / state

କୋରୋନା ମୁକାବିଲା: ଅନିର୍ଦ୍ଦିଷ୍ଟ କାଳ ପାଇଁ କନ୍ଧମାଳରେ 144 ଧାରା

author img

By

Published : Mar 17, 2020, 12:59 PM IST

କୋରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ 144 ଧାରା ଲାଗୁ । ଢେଙ୍କାନାଳ, ଯାଜପୁର, ଭଦ୍ରକ, ଜଗତସିଂହପୁର ପରେ ଏବେ କନ୍ଧମାଳରେ ଜାରି ହୋଇଛି ଅନିର୍ଦ୍ଦିଷ୍ଟ ପାଇଁ ଲାଗୁ ହୋଇଛି 144 ।

corona virus
କରୋନା ମୁକାବିଲା

ଫୁଲବାଣୀ: ଭାରତରେ କୋରୋନା କାୟା ବିସ୍ତାର କରୁଛି କୋରୋନା । ଦେଶରେ 126 ସଂକ୍ରମିତ ହୋଇଥିବେଳେ ଓଡିଶାରେ ମଧ୍ୟ ଜଣେ ଚିହ୍ନଟ । ଏହାକୁ ନଜରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କନ୍ଧମାଳରେ ଲାଗୁ ହେଲା 144 ଧାରା । ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ।

144 ଧାରା ଲାଗୁ ହେବା ପରେ ସମସ୍ତ ସଭା ସମିତି ଯାନି ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଞ୍ଚ ଜଣଙ୍କ ଠାରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଉପରେ ବି କଟକଣା । ଫଳରେ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଓ ଫୁଲବାଣୀ ଠାକୁରାଣୀ ଯାତ୍ରା ବନ୍ଦ ହୋଇଯିବ । ଏହା ସହ ଜିଲ୍ଲାରେ କୌଣସି ବିବାହ, ସାମାଜିକ ଓ ରାଜନୈତିକ ଶୋଭାଯାତ୍ରାକୁ ନିଷେଧ କରାଯିବା ସହ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ।

ସେପଟେ, କୌଣସି ବ୍ୟକ୍ତିଙ୍କ ଠାର କୋରୋନା ଲକ୍ଷଣ ଦେଖାଗଲେ, ତୁରନ୍ତ 06842 253229, 9439988678 ଓ 9439988715 ନମ୍ବରରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ତେବେ ଜିଲ୍ଲାର ଅନେକ ଲୋକ କେରଳ , ମହାରାଷ୍ଟ୍ର ଭଳି ରାଜ୍ୟରେ କାମ କରୁଥିବା ସହ ବିଦେଶରେ ମଧ୍ୟ ରହୁଛନ୍ତି । ସେଥିପାଇଁ ସରକାରଙ୍କ ଏହି ନିର୍ଦ୍ଦେଶ ମାନିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

2008 ପରେ ଜିଲ୍ଲାରେ ଏପରି 144 ଧାରା ଜାରି କରାଯାଇଥିବା ବେଳେ ଲୋକେ ଭୟଭୀତ ନ ହୋଇ ରୋଗକୁ ମୁକାବିଲା କରିବାକୁ ସହଯୋଗ କରିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.