ETV Bharat / state

ଦାରିଙ୍ଗବାଡ଼ି ପାଇଁ ଗୌରବ ଆଣିଲେ ରୁନିତା, ହାସଲ କଲେ ସ୍ବର୍ଣ୍ଣ ପଦକ - କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ରୁନିତା ପ୍ରଧାନ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ l ବିଶ୍ୱ ବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଦାରିଙ୍ଗବାଡି ପାଇଁ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିପାରିଛନ୍ତି । ଅଧିକ ପଢ଼ନ୍ତୁ

ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଣିଲେ ରୁନିତା
ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଣିଲେ ରୁନିତା
author img

By

Published : May 2, 2022, 4:56 PM IST

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ l ଦାରିଙ୍ଗବାଡି ନୀଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନୀ ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ୨୦୨୧ ମସିହାରେ ବିଶ୍ୱ ବିଦ୍ୟାଳୟସ୍ତରୀୟ (ଏମ୍ଏଇନପଲିଟିକାଲ ସାଇନ୍ସ) ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିଶ୍ୱ ବିଦ୍ୟାଳୟସ୍ତରରେ ସ୍ଵର୍ଣ୍ଣପଦକ ହାସଲ କରି କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡି ପାଇଁ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିପାରିଛନ୍ତି ।

ସେ ତାଙ୍କ ଯୋଗ୍ୟତା ପାଇଁ ବିଶ୍ଵ ବିଦ୍ୟାଳୟସ୍ତରୀୟ ସ୍ୱର୍ଣ୍ଣପଦକ ହାସଲ କରିବା ସହ ସୋନାଲି ଦେଓ ମେମୋରିଆଲ ଓ ଗଗନ ବିହାରୀ ଚାନ୍ଦ ମେମୋରିଆଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ବନମାଳୀ ପଟ୍ଟନାୟକ ଅର୍ଥ ରାଶି ପୁରସ୍କାର ପାଇଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଏମକେସିଜି ଅଡିଟୋରିୟମରେ ଆୟୋଜିତ ୫୧ ତମ ସମାଵର୍ତ୍ତନ ଉତ୍ସବରେ ଦାରିଙ୍ଗବାଡ଼ିର ଏହି ଛାତ୍ରୀ ଜଣଙ୍କର ସବୁଠାରୁ ଅଧିକ ମାର୍କ ଥିବା ହେତୁ ଏହି ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି ।

ସୂଚନା ପ୍ରକାରେ ରୁନିତାଙ୍କ ପିତା ବିସିକେଶନ ପ୍ରଧାନ ଛୋଟ ମୋଟ ବ୍ୟବସାୟ କରୁଥିବାବେଳେ ମାତା ସନ୍ତୋଷିନୀ ପ୍ରଧାନ ତାଙ୍କୁ ସହଯୋଗ କରୁଛନ୍ତି l ପୁରସ୍କୃତ ହୋଇଥିବା ରୁନିତା ପ୍ରଥମରୁ ୩ୟ ଡବେରୀ ସେବାଶ୍ରମରେ ଅଧ୍ୟୟନ କରିଛନ୍ତି । ୪ର୍ଥ ରୁ ୫ମ ଦାରିଙ୍ଗବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଷ୍ଠରୁ ଅଷ୍ଟମ ମହାସିଙ୍ଗ ଓ ନବମ ରୁ ୧୦ମ ସରକାରୀ ଉଚ୍ଚ ବିଦ୍ୟାଳୟ ଦାରିଙ୍ଗବାଡ଼ିରେ ପାଠ ପଢ଼ିଥିବାବେଳେ ଉଚ୍ଚ ଶିକ୍ଷା ପାଇଁ ସେ ଭୁବନେଶ୍ୱରରେ ରମାଦେବୀ କଲେଜ ଠାରୁ ଆରମ୍ଭ କରି ଉତ୍କଳ ବିଶ୍ୱ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଏମ. ଏ ପାଠ୍ୟକ୍ରମ ଶେଷ କରିଛନ୍ତି l ରୁନିତାଙ୍କ ଏଭଳି ସଫଳତା ପାଇଁ ଅଞ୍ଚଳବାସୀଙ୍କ ସମେତ ତାଙ୍କ ସହପାଠୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ରୁନିତା ଦାରିଙ୍ଗବାଡ଼ି ପାଇଁ ଗର୍ବ ଓ ଗୌରବ ଆଣିବା ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.