ଫୁଲବାଣୀ: ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡିପାଜୁ ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ିକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବି କରି ବୁଧବାର ସକାଳୁ ରାସ୍ତା ଅବରୋଧ କରିଛନ୍ତି ଲୋକେ । ତୁଡ଼ିପାଜୁ ଗ୍ରାମ ପଞ୍ଚାୟତର ୫ ଗୋଟି ଗାଁ ପୁତୁଡ଼ି, ବୁଡାଦନି, ଗୁଞ୍ଜିଦ୍ରଗା, ସସାକରା ଓ ଗଣିମସ୍କା ଗ୍ରାମର ୫୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିଜ ଗ୍ରାମକୁ ଓ ରହିଥିବା ପର୍ଯ୍ୟଟନସ୍ଥଳୀ ପୁତୁଡ଼ିକୁ ଯିବା ପାଇଁ ଭଲ ରାସ୍ତା ନଥିବା ହେତୁ ପର୍ଯ୍ୟଟକ ମାନେ ଅଧା ରାସ୍ତାରୁ ଫେରି ଯାଉଥିବାରୁ ରାସ୍ତା ଅବୋରୋଧ କରିଥିଲେ ।
ଫୁଲବାଣୀ ଠାରୁ ବଲନ୍ଦାପଡା ମୁଖ୍ୟରାସ୍ତାକୁ ପୁତୁଡି ଛକ ଠାରେ ରାସ୍ତା ଅବରୋଧ କରିଥିଲେ ୫ ଗୋଟି ଗ୍ରାମର ଶତାଧିକ ଲୋକ । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଗଲାଣି, ଆଉ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ପୁତୁଡ଼ି ଜଳପ୍ରପାତକୁ ଉପଭୋଗ କରିବାକୁ ଆସିଲେଣି l ହେଲେ ପୁତୁଡ଼ି ଛକରୁ ପୁତୁଡ଼ି ଯାଏଁ ଥିବା ପ୍ରାୟ ଦଶ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି l ଗାଡ଼ିମଟର ଯାଆସ କରିବା ମୁସ୍କିଲ ହୋଇପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଖବର ପାଇ ସଦର ପୋଲିସ ଓ ବ୍ଲକ ବିଡିଓ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି l ତେବେ ବୁଢା ଦାନୀ ଯାଏଁ ପ୍ରାୟ ୫ କି.ମି ରାସ୍ତାକୁ ଆରଡି ବିଭାଗକୁ ହସ୍ତାନ୍ତର କରାଯାଇଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ