ETV Bharat / state

ରାସ୍ତା ମରାମତି ପାଇଁ ରାସ୍ତାକୁ ଓହ୍ଲାଇଲେ ଗାଁଲୋକ - କନ୍ଧମାଳ ଖବର

ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ । ୧୦ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଅଧିକ ପଢନ୍ତୁ...

ରାସ୍ତାର ମରାମତି ଦାବିରେ ପୂର୍ତ୍ତ ବିଭାଗ ରାସ୍ତା ଅଵରୋଧ

author img

By

Published : Nov 3, 2021, 9:32 AM IST

ଫୁଲବାଣୀ: ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ । ଦାରିଙ୍ଗବାଡ଼ି ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ହାତୀମୁଣ୍ଡା ପଞ୍ଚାୟତ ମହକୁମାକୁ ସଂଯୋଗ କରୁଥିବା ମେରାମାହା ହାତୀମୁଣ୍ଡା ରାସ୍ତାର ମରାମତି ଓ ପଞ୍ଚାୟତରେ ନେଟୱାର୍କ ଟାୱାର ପ୍ରତିଷ୍ଠା ଦାବିରେ ପଞ୍ଚାୟତବାସୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗମନାଗମନ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ଥାନରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ୧୦ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ରାସ୍ତାର ମରାମତି ଦାବିରେ ପୂର୍ତ୍ତ ବିଭାଗ ରାସ୍ତା ଅଵରୋଧ

ଗାଁ ରାସ୍ତା ଖରାପ ଥିବାରୁ ପୂର୍ବରୁ ଏନେଇ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇ ଥିଲେ ମଧ୍ଯ କୌଣସି ସୁଫଳ ମିଳି ନଥିଲା । ଫଳରେ ହାତିମୁଣ୍ଡା ପଞ୍ଚାୟତବାସୀ ଦାରିଙ୍ଗବାଡ଼ି – ବ୍ରାହ୍ମଣୀଗାଁ ରାସ୍ତା ଅଵରୋଧ କରିଥିଲେ । ଚାରି ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରାସ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ବର୍ଷ ବର୍ଷ ଧରି ରାସ୍ତାର ମରାମତି ହୋଇ ନଥିବା ଯୋଗୁଁ ଲୋକଙ୍କ ଗମନାଗମନରେ ସମସ୍ୟା ଉପୁଜିଛି । ଅନ୍ୟପଟେ ରାସ୍ତାର ଅବସ୍ଥା ଖରାପ ଥିବା ଯୋଗୁଁ ରୋଗୀମାନେ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁ ନାହାନ୍ତି । ନେଟୱାର୍କ ସୁବିଧା ନ ଥିବା ଯୋଗୁଁ ଛାତ୍ରଛାତ୍ରୀ ଅନ୍‌ଲାଇନ କ୍ଲାସ୍‌ରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ତାତିଥିଲେ ପଞ୍ଚାୟତବାସୀ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.