ETV Bharat / state

ତୁମୁଡିବନ୍ଧ ମେଡିକାଲରେ ଲହଡି ଭାଙ୍ଗୁଛି ପାଣି, ନିରବ ପ୍ରଶାସନ - ତୁମୁଡିବନ୍ଧ ମେଡିକାଲରେ ଲହଡି ଭାଙ୍ଗୁଛି ପାଣି

କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ଥିତି । ଜିଲ୍ଲାର ତୁମୁଡିବନ୍ଧ ମେଡିକାଲ ଭିତରେ ଲହଡି ମାରୁଛି ବର୍ଷା ପାଣି । ଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 7, 2019, 10:20 PM IST

ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଘର ଦ୍ବାର, ରାସ୍ତା ଘାଟ ସବୁଠି ଜଳମୟ । ଆଉ ସବୁଠୁ ବଡ କଥା ହେଉଛି ବର୍ଷା ପାଣିରୁ ବର୍ତ୍ତି ପାରିନି ଜିଲ୍ଲାରେ ଥିବା ତୁମୁଡିବନ୍ଧ ମେଡିକାଲ । ମେଡିକାଲ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ମାରୁଛି । ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଲଘୁଚାପ ବର୍ଷା ପ୍ରଭାବରେ ଚିକିତ୍ସାଳୟ ସମେତ ଆଖପାଖ ଅଞ୍ଚଳରେ ଜଳମୟ ହୋଇଯାଇଛି । ମେଡିକାଲର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ୱାର୍ଡରେ ପସି ଯାଇଛି ପାଣି । ଫଳରେ ରୋଗୀଙ୍କୁ ନାନା ହଇରାଣ ହରକତ ହେବାକୁ ପଡୁଛି । ଖାଲି ସେତିକି ନୁହେଁ ମେଡିକାଲକୁ ଔଷଧ ନେବାକୁ ଆସୁଥିବା ଲୋକେ ମଧ୍ୟ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ମେଡିକାଲ ପାଇଁ ଏହା ନୂଆ କଥା ନୁହେଁ ସାମାନ୍ୟ ବର୍ଷା ହେଲେ ମେଡିକାଲରେ ପାଣି ପଶିଯାଏ । ତେଣୁ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ବାଲୁକା କଳା ରେ ସୁଷମା ସ୍ୱରାଜ ଙ୍କୁ ଶ୍ରଦ୍ଧାଞ୍ଜଳୀBody: ବିଜେପି ର ବରିଷ୍ଠ ନେତ୍ରୀ ସ୍ବର୍ଗତ ସୁଷମା ସ୍ୱରାଜ ଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମି ରେ 15 ଫୁଟ ଓସାର ର ବାଲୁକାକଳା ରେ ସୁଷମା ସ୍ୱରାଜ ଙ୍କ ପ୍ରତିକୃତି ସହିତ ତ୍ରିରଙ୍ଗା ଚିତ୍ରଣ କରି କଳାରେ ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି। ବେଳାଭୂମି ରେ ଅନେକ ପର୍ଯ୍ୟଟକ ସୁଷମା ସ୍ଵରାଜ ଙ୍କ ଭଳି ଜଣେ ଦେଶ ଭକ୍ତ ଙ୍କ ସ୍ମୃତି ଚାରଣ କରିଥିଲେ।
ବାଇଟ,, ମାନସ ସାହୁ , ବାଲୁକାଶିଳ୍ପୀConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.