ETV Bharat / state

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ, ଦୋଷୀକୁ 20 ବର୍ଷ ଜେଲ

author img

By

Published : Mar 7, 2023, 9:15 AM IST

ନାବାଳିକା ସହ ଶାରୀରିକ ସମ୍ପର୍କ ପରେ ଗ୍ରହଣ କଲେନି ଯୁବକ । 20 ବର୍ଷ ଜେଲଦଣ୍ଡା ଦେଶ ଶୁଣାଇଲେ କୋର୍ଟ। ଅଧିକ ପଢନ୍ତୁ

pulbani pocso court
pulbani pocso court

ଫୁଲବାଣୀ: ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଗ୍ରହଣ କଲେ ନାହିଁ ଯୁବକ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ 20 ବର୍ଷ ସଶ୍ରମ କାରଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ । ଏଥିସହ ଦୋଷୀକୁ 20 ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଦୋଷୀକୁ ଆଉ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଦୋଷୀ ଜଣକ ହେଲେ ରାୟଗଡ଼ା ଜିଲ୍ଲା ବଡଭଦ୍ରର ସୁନୀଲ ସପାକ ।

ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ 21, 2020ରେ ତୁମୁଡିବନ୍ଧ ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ସାଙ୍ଗ ମାନଙ୍କ ସହିତ ଶିବରାତ୍ରୀ ଯାତ୍ରା ଦେଖିବା ପାଇଁ ଜଲେଶପଟ୍ଟା ଶିବ ମନ୍ଦିରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ସୁନୀଲ ପିଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ଗ୍ରାମକୁ ନେଇ ଯାଇଥିଲା । ଏହାପରେ ସୁନୀଲ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ପିଡିତାଙ୍କୁ ନେଇ ହାଇଦ୍ରାବାଦ ଚାଲି ଯାଇଥିଲା । ତେବେ ଲକ ଡାଉନ ଯୋଗୁଁ ଉଭୟେ ସେଠାରୁ ଫେରି ଆସିବା ସହ ସୁନୀଲ ମୁନିଗୁଡାଠାରେ ଏବଂ ପୀଡିତା କୋଟଗଡରେ ସଙ୍ଗରୋଧରେ ରହିଥିଲେ । ପରେ ନାବାଳିକା ସୁନୀଲଙ୍କ ଘରକୁ ଯିବାରୁ ସେ ତାଙ୍କୁ ଗ୍ରହଣ ନକରି ଗାଳି ଗୁଲଜ କରି ଫେରାଇ ଦେଇଥିଲେ ।

ଏହାପରେ ପୀଡିତା ତୁମୁଡିବନ୍ଧ ଥାନାରେ ଏତାଲା ଦେବାରୁ ପୋଲିସ 61/20 ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଗତକାଲି(ସୋମବାର) ଏହି ମାମଲାର ଶୁଣାଣି କରି ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା 12 ଜଣ ସାକ୍ଷୀଙ୍କ ବୟାନ ଓ ମେଡିକାଲ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ପୀଡିତାଙ୍କୁ 6 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମଧ୍ୟ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ ।

ଗତ ଡିସେମ୍ବର ମାସରେ ଫୁଲଵାଣୀ ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ 2018 ମସିହାର ଏକ ନାବାଳିକାକୁ ଅସଦାଚରଣ ମାମଲାର ଶୁଣାଣି କରେଯାଇଥିଲା । ଏହି ଘଟଣାରେ ବିଚାରପତି ଦୁଇ ଜଣ ଅଭିଯୁକ୍ତଙ୍କୁ 5 ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଜନୈକା ନାବାଳିକା ଏକ ଅଟୋ ରିକ୍ସାରେ ଫୁଲବାଣୀରୁ ଖଜୁରୀପଡା ଆଡକୁ ଯାଉଥିବା ବେଳେ ସେହି ଗାଡିରେ ଯାଉଥିବା ଜିତୁ ଓ ବାଦଲ ନାବାଳିକାଙ୍କୁ ଜୋର ଏୟାର ଷ୍ଟ୍ରିପକୁ ନେଇଅସଦାଚରଣ କରିଥିଲେ । ଏନେଇ ଖଜୁରୀପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନଂ ୪୦/୧୮ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.