ETV Bharat / state

ମାଓଗଡ଼ରେ ସୀମା ସୁରକ୍ଷା ବାହିନୀ କ୍ୟାମ୍ପ, ବିଭିନ୍ନ ସାମଗ୍ରୀ ବାଣ୍ଟିଲା BSF - ବିଏସଏଫର ଜନ ସମ୍ପର୍କ ଶିବିର

ମାଓଗଡ଼ରେ ଜନ ବିଶ୍ବାସ ଜିତିବାକୁ ସୁରକ୍ଷା କର୍ମୀଙ୍କ ପ୍ରୟାସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ସ୍ଥିତ ମାଓ ପ୍ରବଣ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଆୟୋଜିତ । ଅଧିକ ପଢ଼ନ୍ତୁ

ମାଓଗଡ଼ରେ ଜନ ସମ୍ପର୍କ ଶିବିର
public relation camp by bsf
author img

By

Published : Mar 1, 2023, 9:49 PM IST

ମାଓଗଡ଼ରେ ସୀମା ସୁରକ୍ଷା ବାହିନୀ କ୍ୟାମ୍ପ

ଫୁଲବାଣୀ: ମାଓଗଡ଼ରେ ସୀମା ସୁରକ୍ଷା ବାହିନୀ କ୍ୟାମ୍ପ । ମାଓବାଦୀ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଜିଲ୍ଲାରେ ମାଓ ଉପଦ୍ରବ ଦିନକୁ ବଢି ଚାଲିଥିବା ବେଳେ ଏଥିରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିଏସଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ଯବାନମାନେ ପ୍ରତି ଗାଁରେ ଜନ ସମ୍ପର୍କ ଶିବର କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗଣପର୍ବ ବଡ଼ଯାତ୍ରା ଆରମ୍ଭ, ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ସ୍ନାନଯାତ୍ରା ସାରି ବାହାରିଲେ ଠାକୁର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଭାବେ ବିଏସଫ ସହଯୋଗୀ କମାଣ୍ଡାଣ୍ଟ ତଥା ମେଡ଼ିକାଲ ଅଫିସର ଅଙ୍କୁଶ ରାୱଲ ପରିଚାଳନା କରିଥିଲେ । ଶିବିରରେ ୨୦୫ ଜଣ ପୁରୁଷ, ୧୮୦ ଜଣ ମହିଳା, ୮୫ ଶିଶୁ ଏବଂ ୮୫ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲେ । ଏଥିସହ ଆବଶ୍ୟକ ମେଡିସିନ ପ୍ରଦାନ କରାଯାଇଥିଲା । ଏହି ଶିବିରଟିକୁ ଇନ୍ସପେକ୍ଟର କେ.ଭି ସିଂ ଏବଂ ଜଣେ ନର୍ସ, ୫ ଜଣ ସବାର୍ଡିନେଟ ଅଫିସର, ୨୦ଜଣ ଯବାନଙ୍କ ସହଯୋଗରେ ସୂଚାରୁ ରୂପେ ସମ୍ପାଦନା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: G20 Foreign Ministers Meet: ଦାମୀ କାର ଲଗାଇ ରାସ୍ତା ଉପରୁ ବୋହି ନେଲେ ଫୁଲକୁଣ୍ଡ, ଜଣଙ୍କୁ ବାନ୍ଧିଲା ପୋଲିସ

ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ସମୟରେ ଗ୍ରାମର ଶିଶୁ ଏବଂ ଗ୍ରାମବାସୀଙ୍କୁ ବିସ୍କୁଟ, ମିଠେଇ ଆଦି ବଣ୍ଟନ କରାଯାଇଥିଲା । ଶିବିରରେ ଗ୍ରାମବାସୀଙ୍କ ସହ ଯବାନମାନେ ବିଭିନ୍ନ ବିଷୟ ନେଇ ପାରାମର୍ଶ ଦେବା ସହ ଆଲୋଚନା କରିଥିଲେ । ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବାହିନୀ ଏଭଳି ବିଭିନ୍ନ ପ୍ରକାରର କ୍ୟାମ୍ପ କରିବା ଦ୍ବାରା ସ୍ଥାନୀୟ ବାସିନ୍ଦା ସେମାନଙ୍କ ନିକଟତର ହେଇ ପାରିବେ । ସୀମା ବାହିନୀଙ୍କୁ ବିଶ୍ବାସ କରି ନିର୍ଭୟ ସହକାରେ ସାଧାରଣ ଜୀବନ ଜୀବିକା ନିର୍ବାହ କରିପାରିବେ ବୋଲି ମତାମତ ରଖିଛନ୍ତି ସହଯୋଗୀ କମାଣ୍ଡାଣ୍ଟ ରାୱଲ୍ । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଗୋଛାପଡା ଥାନା ଅଞ୍ଚଳରେ ମାଓ ଚଳପ୍ରଚଳ ବହୁ ମାତ୍ରାରେ ରହିଛି । ମାଓ ଦମନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ପଦେକ୍ଷପ ଗ୍ରହଣ କାରାଯାଇ କମ୍ବିଂ ଅପରେସନକୁ ଜୋରାଦାର କରାଯାଉଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.