ETV Bharat / state

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ - ଖଟିଆରେ ବୁହା ହେଲେ ଗର୍ଭବତୀ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତରେ ପୁଣି ଜନନୀ ଯନ୍ତ୍ରଣା । ଖଟିଆରେ ୧ କିଲୋମିଟର ବୁହାହେଲେ ଗର୍ଭବତୀ । ଅଧିକ ପଢନ୍ତୁ

ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା
author img

By ETV Bharat Odisha Team

Published : Aug 23, 2023, 1:59 PM IST

ପୁଣି ଜନନୀ ଯନ୍ତ୍ରଣା

ଫୁଲବାଣୀ: ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ୧ କିଲୋମିଟର ବୁହାହେଲେ ଗର୍ଭବତୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ।

ସୂଚନା ଅନୁଯାୟୀ, ମୁଷୁମାଷ୍କା ଗ୍ରାମର ବାଳକୃଷ୍ଣ ମଲିକଙ୍କ ସ୍ତ୍ରୀ ଇନାମତିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଜନନୀ ଏକ୍ସପ୍ରେସକୁ କୌଣସି ପ୍ରକାରେ ଖବର ଦିଆଯାଇଥିଲେ ମଧ୍ୟ ଗାଁ ପର୍ଯ୍ୟନ୍ତ ରାସ୍ତା ନଥ‌ିବାରୁ ଘର ପାଖରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଏନେଇ ବାଧ୍ୟ ହୋଇ ପରିବାର ଓ ପଡ଼ୋଶୀ ଲୋକେ ଏକ ଖଟିଆରେ ଇନାମତିଙ୍କୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ନିକଟସ୍ଥ ପକ୍କା ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ । ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ତାଙ୍କୁ ଫିରିଙ୍ଗିଆ ମେଡିକାଲକୁ ନିଆଯାଇଥିଲା ।

ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ହିଁ ଇନାମତି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ଉଭୟ ମାଆ ଛୁଆ ସୁସ୍ଥ ଥ‌ିବା ଜଣାପଡିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ଅନେକ ଦିନ ତଳେ ଗାଁକୁ ମାଟି ରାସ୍ତା ନିର୍ମାଣ ହୋଇଥିଲା । ଗତ ଲଗାଣ ବର୍ଷାରେ ଏହି ରାସ୍ତା ଧୋଇ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଫଳରେ ଗାଁଟି ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଁକୁ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ପୁଣି ଜନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ଗର୍ଭବତୀ

ଏହା ମଧ୍ୟ ପଢନ୍ତୁ- ପୁଣି ଜନନୀ ଯନ୍ତ୍ରଣା, ୫କିମି ଭାରରେ ବୁହାହେଲେ ଗର୍ଭବତୀ

ପ୍ରକାଶ ଥାଉକି, ସେହିପରି କିଛିଦିନ ପୂର୍ବେ କେନ୍ଦୁଝରର ବାଂଶପାଳ ବ୍ଲକ ଓଏମସି ଖଣି ଅଞ୍ଚଳର ଉପର ଉରମୁଣ୍ଡା ଗାଁର ତଳ ସାହିରେ ପୁଣି ଭାରରେ ବୁହା ହୋଇଥିଲେ ଜନନୀ । ସରକାର ସବୁ ଗାଁକୁ ସଡକ ସଂଯୋଗ କରିଥିବା ଡିଣ୍ଡିମ ପିଟି ଚାଲିଛନ୍ତି । କିନ୍ତୁ ଆଜିବି ବହୁ ଗାଁକୁ ରାସ୍ତା ନାହିଁ ତ ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇ ପାରିନାହିଁ ଗ୍ରାମୀଣ ସଡକ । ଏହା ଫଳରେ ବହୁ ଆଦିବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି କି ଜନନୀ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କ ପାଇଁ ଭାର ପାଲଟିଛି ମୁଖ୍ୟ ସାହାରା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.