ETV Bharat / state

କନ୍ଧମାଳରେ ପ୍ରାକ୍ ମୌସୁମୀ ବର୍ଷା, ଚାଷୀ ଖୁସି ଦ୍ବିଗୁଣିତ - କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବ

କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ଲାଗିରହିଛି ବର୍ଷା । ଜିଲ୍ଲାରେ ଅକ୍ଷୟ ତୃତୀୟ ଠାରୁ ବର୍ତ୍ତମାନ ସୁଦ୍ଧା ଆଖି ଦୃଷ୍ଟିଆ ବର୍ଷା ହୋଇନଥିବାରୁ ଚିନ୍ତାରେ ଥିଲେ ଚାଷୀକୂଳ । ଅଧିକ ପଢ଼ନ୍ତୁ

କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା
କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା
author img

By

Published : Jun 16, 2022, 10:40 AM IST

ଫୁଲବାଣୀ: ଦୀର୍ଘଦିନ ଧରି ଲାଗି ରହିଥିବା ଗରମରୁ ମିଳିଛି ଆଶ୍ଵସ୍ତି । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ଆଜି(ବୁଧବାର) ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ଟିକେ ଆଶ୍ଵସ୍ତି ମିଳିଛି । ଖୁସିରେ ଜିଲ୍ଲାବାସୀ ଗଣପର୍ବ ରଜ ପାଳନରେ ମସଗୁଲ ଥିବା ବେଳେ ଆଜିର ବର୍ଷା ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିଦେଇଛି ।

କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା

ଜିଲ୍ଲାରେ ଅକ୍ଷୟ ତୃତୀୟ ଠାରୁ ବର୍ତ୍ତମାନ ସୁଦ୍ଧା ଆଖି ଦୃଷ୍ଟିଆ ବର୍ଷା ହୋଇନଥିବାରୁ ଚାଷୀକୂଳ ଚିନ୍ତାରେ ରହିଥିଲେ । ତେବେ ଆଜିର ବର୍ଷା ସେମାନଙ୍କ ପାଇଁ ଖୁସି ଆଣିଦେଇଛି । ଏପରି ବର୍ଷା ଲାଗି ରହିଲେ ଆଗକୁ ଚାଷ କାର୍ଯ୍ୟ ଠିକ୍‌ରେ ହୋଇପାରିବ । ସୂଚନା ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.