ଫୁଲବାଣୀ: କନ୍ଧମାଳ ଏକ ସମ୍ବେଦନଶୀଳ ଜିଲ୍ଲା । ଏହି ଜିଲ୍ଲାରେ ବିଭିନ୍ନ ଧର୍ମ ଓ ଜାତି ମଧ୍ୟରେ ସଦଭାବ ସମନ୍ବୟ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଛନ୍ତି । ସମାଜ ସେବାକୁ ଗୁରୁତ୍ବ ଦେଉଥିବା ସ୍କାଉଟ ଓ ଗାଇଡ଼ ଛାତ୍ରଛାତ୍ରୀ ଫୁଲବାଣୀ ସହର ବୁଲି ବାଣ୍ଟିଛନ୍ତି ସର୍ବଧର୍ମ ସଦ୍ଭାବନା । ଏନେଇ 157 ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ସର୍ବସାଧାରଣ ସ୍ଥାନରେ ସର୍ବ ଧର୍ମ ପ୍ରାର୍ଥନା ସଭା କରିଛନ୍ତି । ଏହାଦ୍ବାରା ଲୋକଙ୍କ ମନରେ ସବୁ ଧର୍ମ ପ୍ରତି ସମ୍ମାନ ବଢିବ ବୋଲି ଛାତ୍ରଛାତ୍ରୀ ବିଶ୍ବାସ ରଖିଛନ୍ତି ।
ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀରୁ ସ୍କାଉଟ ଓ ଗାଇଡ଼ ତରଫରୁ ସର୍ବସାଧାରଣ ସ୍ଥାନରେ ସର୍ବଧର୍ମ ପ୍ରାର୍ଥନା କରାଯାଉଛି । ଫୁଲବାଣୀର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ପ୍ରଥମେ ସହର ପରିକ୍ରମା କରିଥିଲେ । ଏହା ପରେ ନାରାୟଣୀ ମନ୍ଦିର ଗେଟ ନିକଟରେ ରାସ୍ତା କଡରେ ସର୍ବଧର୍ମ ପ୍ରାର୍ଥନା କରିଥିଲେ । ଏଥିରେ ସ୍କାଉଟର ରାଜ୍ୟ ଅଧିକାରୀ ସାମିଲ ହୋଇଥିଲେ ।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ