ETV Bharat / state

ସରିଲା ମତଦାନ, ମାଓ ପ୍ରବଣ ଅଞ୍ଚଳରୁ ଘରବାହୁଡା ପୋଲିଂ କର୍ମଚାରୀ

ମତଦାନ ଶେଷ ହେବା ପରେ ମାଓ ପ୍ରବଣ ଅଞ୍ଚଳ କନ୍ଧମାଳର ଦୁର୍ଗମ ବୁଥ ଗୁଡିକରୁ ଫେରୁଛନ୍ତି ପୋଲିଂ କର୍ମଚାରୀ ।

author img

By

Published : Apr 19, 2019, 6:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦେଶରେ ମୋଟ ୯୫ ଲୋକସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ରାଜ୍ୟରେ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା । ତେବେ ସେଥିମଧ୍ୟରେ ଥିଲା ମାଓ ପ୍ରବଣ ଅଞ୍ଚଳ କନ୍ଧମାଳ ଜିଲ୍ଲା । ଏଠାରେ ନିର୍ବାଚନ ସୁରୁଖୁରରେ ସାରିବା କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନଥିଲା ଜିଲ୍ଲାରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ପାଇଁ । ତେବେ ମତଦାନ ଶେଷ ହେବା ପରେ ଜିଲ୍ଲାର ଦୁର୍ଗମ ବୁଥ ଗୁଡିକରୁ ଫେରୁଛନ୍ତି ପୋଲିଂ କର୍ମଚାରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ମତଦାନ ସରିବା ପରେ ସେମାନେ ଗତକାଲି ଠାରୁ ଥାନା ଏବଂ ବିଭିନ୍ନ ପଞ୍ଚାୟତ ଅଫିସରେ ଆଶ୍ରୟ ନେଇଥିଲେ । ରାସ୍ତା ସଫା ହେବା ପରେ ସେମାନଙ୍କୁ ଅଣାଯାଉଛି । ଫୁଲବାଣୀର ଏଭଳି 14 ଟି ଦୁର୍ଗମ ବୁଥରେ ନିୟୋଜିତ ଥିବା କର୍ମଚାରୀ ଆଜି ପଲିଟେକ୍ନିକ କଲେଜ ଋଷିଭିଙ୍ଗ ସେଣ୍ଟରରେ ପହଞ୍ଚିଛନ୍ତି । ସେଠାରୁ ସୁରକ୍ଷାର ସହ ସେମାନଙ୍କୁ ନିଜ ନଜ ଘରକୁ ପଠାଯିବ ବୋଲି ଜଣା ପଡିଛି । ତେବେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମାଓବାଦୀଙ୍କ ଗୁଳିରେ ଟଳି ପଡିଥିଲେ ଜଣେ ମହିଳା ପୋଲିଂ କର୍ମଚାରୀ । ଏହି ଘଟଣା ଜିଲ୍ଲାରେ ନିୟୋଜିତ ଅନ୍ୟାନ୍ୟ ପୋଲିଂ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା । ତଥାପି ମାଓଭୟକୁ ପଛରେ ଛାଡି ସୁରୁଖୁରୁରେ ହୋଇଥିଲା ମତଦାନ ।

ଭୋଟ କାମ ସୁରୁଖୁରୁରେ ସମ୍ପର୍ଣ୍ଣ ପରେ ଖୁସି ପ୍ରକଟ କରିଛନ୍ତି ଏହି କର୍ମଚାରୀ ।

କନ୍ଧମାଳରୁ ସଦାସିବ ପାତ୍ର, ଇଟିଭି ଭାରତ

Mainpuri (UP), Apr 19 (ANI): While addressing a public meeting in Uttar Pradesh's Mainpuri, Samajwadi Party leader Mulayam Singh Yadav said, "Today Mayawati ji has come, we welcome and respect her. She has always supported us whenever we needed and I am happy that she visited to Mainpuri to extend support to us."
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.