ଫୁଲବାଣୀ: ରକ୍ତଦାନ କରି 4 ବର୍ଷ ଶିଶୁର ଜୀବନ ବଞ୍ଚାଇଲେ ପୋଲିସ କନେଷ୍ଟବଳ । କୋଭିଡ ଡ୍ୟୁଟିରେ ଜିଲ୍ଲା ମେଡିକାଲରେ ଥିବା କନେଷ୍ଟବଳ ରୋନିତ୍ ବେହେରା ସୂଚନା ପାଇ ଦେବଦୂତ ପରି ସଠିକ୍ ସମୟରେ ରକ୍ତଦାନ କରିଥିଲେ ଶିଶୁ ୱାର୍ଡର ଜଣେ ଗୁରୁତର ଶିଶୁକୁ ।

ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଡ୍ୟୁଟି କରୁଥିବା କନେଷ୍ଟବଳ ରୋନିତ୍ ବେହେରା ଏକ ଗୁରୁତର ଶିଶୁକୁ ରକ୍ତ ଆବଶ୍ୟକ ଥିବା ଜାଣି ପାରିଥିଲେ । କାହାର ଗ୍ରୁପ୍ ମିଶିନଥିଲା । ତେବେ ରୋନିତ୍ ଏକଥା ଜାଣି ବ୍ଲଡ ବ୍ୟାଙ୍କ ଆସି ରକ୍ତ ଦେଇଥିଲେ । ପରେ ଏହି ରକ୍ତ ଶିଶୁକୁ ଦିଆଯାଇଥିବା ବେଳେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି । ପୋଲିସ୍ କର୍ମଚାରୀଙ୍କ ଏଭଳି ମହାନତାକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ