ETV Bharat / state

କୋଭିଡ୍ ଡ୍ୟୁଟିରେ ଅବହେଳା କରି ASI ସସପେଣ୍ଡ

କନ୍ଧମାଳ ଜିଲ୍ଲାରେ କୋଭିଡ୍ ଡ୍ୟୁଟିରେ ଅବହେଳା କରିବା ଯୋଗୁଁ ଘୁ.ଉଦୟଗିରୀ ଥାନାର ଏଏସଆଇ ଜହରଲାଲ ନାୟକଙ୍କୁ ଚାକିରିରୁ ସସପେଣ୍ଡ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 21, 2020, 11:13 PM IST

Updated : Apr 22, 2020, 12:40 PM IST

କୋଭିଡ୍ ଡ୍ୟୁଟିରେ ଅବହେଳା ଯୋଗୁଁ ଏଏସଆଇ ସସପେଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋଭିଡ୍ ଡ୍ୟୁଟିରେ ଅବହେଳା କରିବା ଏବଂ ସରକାରୀ ନିୟମ ଅବମାନନା କରିଥିବାରୁ ଘୁ.ଉଦୟଗିରି ଥାନାର ଏଏସଆଇ ଜହରଲାଲ ନାୟକଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ଏସପି ପ୍ରତୀକ ସିଂ ।

କୋଭିଡ୍ ଡ୍ୟୁଟିରେ ଅବହେଳା କରି ASI ସସପେଣ୍ଡ
କୋଭିଡ୍ ଡ୍ୟୁଟିରେ ଅବହେଳା କରି ASI ସସପେଣ୍ଡ

ଭୂବନେଶ୍ବରରୁ ଫେରିଥିବା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଅନୁକମ୍ପା ଦେଖାଇ ଜିଲ୍ଲା ମଧ୍ୟରେ ପ୍ରବେଶ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସପି । ଘୁ.ଉଦୟଗିରିରେ ଥିବା ଏକ ବ୍ୟାଙ୍କ ଶାଖାର ମ୍ୟାନେଜର ଭୂବନେଶ୍ବର ଯାଇଥିଲେ । 10 ଦିନ ରହି ଫେରିବା ବେଳେ ଜିଲ୍ଲାର ପ୍ରବେଶ ପଥ କଳିଙ୍ଗା ନାକା ଚେକଗେଟରେ ତାଙ୍କୁ ଛାଡି ଦିଆଯାଇଥିଲା । ଏହି ପୋଷ୍ଟର ଦାୟିତ୍ବରେ ଥିଲେ ଏଏସଆଇ ଜହରଲାଲ ନାୟକ । ପରେ ସ୍ଥାନୀୟ ଲୋକ ପ୍ରଶାସନକୁ ଅଭିଯୋଗ କରିଥିଲେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପର୍କରେ ।

କୋଭିଡ୍ ଡ୍ୟୁଟିରେ ଅବହେଳା କରି ASI ସସପେଣ୍ଡ

ଏନେଇ ଏସପି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସସପେଣ୍ଡ କରିବା ସହିତ ଜିଲ୍ଲା ହେଡକ୍ବାଟରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍ କରାଯାଇଥିବା ବେଳେ ଜିଲ୍ଲା ଭିତରକୁ କିମ୍ବା ବାହାରକୁ କାହାକୁ ଛଡାଯିବାକୁ ନିଷିଦ୍ଧ କରିଛନ୍ତି ଜିଲ୍ଲାପାଳ । ଏହା ସହିତ ଜିଲ୍ଲାରେ 144 ଧାରା ବଳବତ୍ତର ରହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 22, 2020, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.