ETV Bharat / state

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷ

author img

By

Published : Dec 20, 2022, 11:14 AM IST

ଜେଲ ଗଲେ ଜି ଉଦୟଗିରି ବ୍ଲକ ଉପାଧ୍ୟକ୍ଷ । ପ୍ରେମିକାକୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯୋଜନା ମନ ବଳାଇଥିଲେ ବ୍ଲକ ଉପାଧ୍ୟକ୍ଷ । ଅଧିକ ପଢନ୍ତୁ

G Udayagiri block vice chairman arrested
ବ୍ଲକ ଉପାଧ୍ୟକ୍ଷ ଗିରଫ

ଫୁଲବାଣୀ: ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଜି ଉଦୟଗିରି ବ୍ଲକ ଉପାଧ୍ୟକ୍ଷ (police arrested G Udayagiri block vice chairman ) । ପ୍ରେମିକାକୁ ବିବାହ ପ୍ରତିଶ୍ରୁତି ଦେଇ ଆଉ ଜଣଙ୍କୁ ବିବାହ କରିବାକୁ ମନ ବଳାଇଥିଲେ । କିନ୍ତୁ ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗ ପରେ ଏବେ ଜେଲର ଚାରି କାନ୍ଥକୁ ଚାଲିଯାଇଛନ୍ତି ବ୍ଲକ ଉପାଧ୍ୟକ୍ଷ ଏନ.ଲୁକ । ସୋମବାର ଟିକାବାଲି ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅନ୍ୟପଡେ ପୀଡିତା ଜଣଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରଟିଙ୍ଗିଆ ଗ୍ରାମର ଏନ. ଲୁକ ଟିକାବାଲି ବ୍ଲକ ଶଙ୍କରାଖୋଲ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଗତ ୨୦୨୦ରେ ବିବାହ ପାଇଁ ଉଭୟଙ୍କ ପରିବାର ମଧ୍ୟ ରାଜି ହୋଇଥିଲେ। ପରମ୍ପରା ଅନୁସାରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା । ହେଲେ କିଛି ଦିନ ହେବ ଏନ.ଲୁକ ପ୍ରେମିକାଙ୍କୁ ଅଣଦେଖା କରିବା ସହ କଥା ବାର୍ତ୍ତା ହେବା ବନ୍ଦ କରିଦେଇଥିଲା । ଏବେ କିନ୍ତୁ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯୋଜନା ଚଳାଇଥିବା ବେଳେ ଏନେଇ ଖବର ପାଇଥିଲା ପ୍ରେମିକା ।

ଏହା ମଦ୍ୟ ପଢନ୍ତୁ-ଅନୁପସ୍ଥିତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଚାକିରିରୁ ବିଦା ହେଲେ ୯୬ ଶିକ୍ଷକ

ଏହାପରେ ଥାନାରେ ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ପ୍ରେମ ପ୍ରତାରଣା ସହ ଦୁଷ୍ମର୍ମ ଅଭିଯୋଗ କରିଥିଲେ ପୀଡିତା । ପୋଲିସ ଘଟଣାର ତଦନ୍ତ କରି ଏନ.ଲୁକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଥାନାରେ ୧୦୮/୨୨ରେ ମାମଲା ରୁଜୁ ହୋଇଥିବା ଜିଉଦୟଗିରି ଏସଡିପିଓ ଓ ଡି ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.