ETV Bharat / state

15 ଦିନ ପରେ ଖୋଲିଲା କନ୍ଧମାଳ ତହସିଲ କାର୍ଯ୍ୟାଳୟ - ଫୁଲବାଣୀ ତହସିଲ

ଖୋଲିଲା କନ୍ଧମାଳ ତହସିଲ କାର୍ଯ୍ୟାଳୟ । ସ୍ବାଭାବିକ ହେଲା କାମ । ଅଧିକ ପଢନ୍ତୁ..

tahasil office unsealed
ଖୋଲିଲା କନ୍ଧମାଳ ତହସିଲ କାର୍ଯ୍ୟାଳୟ
author img

By

Published : Apr 20, 2020, 11:24 PM IST

Updated : Apr 21, 2020, 12:46 PM IST

ଫୁଲବାଣୀ: କୋରୋନା ହଟସ୍ଫଟ ଭୁବନେଶ୍ୱର ବମିଖାଲରୁ ଫେରି ଫୁଲବାଣୀ ତହସିଲରେ ଜଣେ କର୍ମଚାରୀ କାମ କରିବା ପରେ ସିଲ କରାଯାଇଥିଲା ତହସିଲ ଅଫିସ। 15 ଦିନ ପରେ ସୋମବାର ସିଲ ଖୋଲାଯାଇଛି। ସ୍ୱାଭାବିକ ହୋଇଛି ଅଫିସ କାମ । ରବିବାର ସମ୍ପୃକ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ନେଗେଟିଭ ଆସିବା ପରେ ସୋମବାର ସିଲ ଖୋଲା ଯାଇଥିଲା ।

15 ଦିନ ପରେ ଖୋଲିଲା କନ୍ଧମାଳ ତହସିଲ କାର୍ଯ୍ୟାଳୟ

ରାଜ୍ୟରେ କୋରୋନା ହଟସ୍ପଟ ହୋଇଛି ଭୁବନେଶ୍ୱରର ବମିଖାଲ ଅଞ୍ଚଳ। ତେବେ ଏହି ଅଞ୍ଚଳକୁ ସରକାର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। କେହି ଏଠାରୁ ବାହାରକୁ ଯିବେ ନାହିଁ କି ଆସି ପାରିବେ ନାହିଁ। କିନ୍ତୁ ଫୁଲବାଣୀ ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀ କାହାରିକୁ ନ ଜଣାଇ ବମିଖାଲରେ ନିଜ ଘରକୁ ଯାଇ ପୁଣି ଫେରି ଆସିଥିଲେ 3 ତାରିଖ ଦିନ। 4 ଓ 5ରେ ଅଫିସ କାମ କରିଥିଲେ। ଏକଥା ଜଣାପଡିବା ପରେ ସମସ୍ତେ ଆତଙ୍କିତ ହୋଇଥିଲେ। ତହସିଲ ଅଫିସକୁ ସିଲ କରାଯାଇଥିଲା 5 ତାରିଖରେ। ସୋମବାର ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ 20 ତାରିଖରେ ଖୋଲାଯାଇଛି ଅଫିସ । ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀ ହୋମ କ୍ବାରେଣ୍ଟାଇନରେ ଥିଲେ।

ଅଫିସ ସ୍ୱାଭାବିକ ଭାବେ ସୋମବାର ଠାରୁ କାର୍ଯ୍ୟ ହୋଇଛି । ତେବେ ସମସ୍ତ କଟକଣା ମାନି ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଟକଣା ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 21, 2020, 12:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.