ETV Bharat / state

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପରିବାରକୁ ନୋଟିସ୍ - ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ

୨୦୦୮ ରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ପରେ ପ୍ରଥମେ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଓ ପରେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଥିଲେ । କିନ୍ତୁ ଭୁଲରେ କନ୍ଧମାଳ ପୋଲିସ ବିଭାଗ ୨୦୧୫ ରେ ପୁଣି ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସେହି ଟଙ୍କା ଫେରାଇବାକୁ ଏବେ ଅମଙ୍ଗ। ଅଧିକ ପଢନ୍ତୁ...

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପରିବାରକୁ ନୋଟିସ୍

author img

By

Published : Mar 19, 2021, 10:15 PM IST

ଫୁଲବାଣୀ: ୨୦୦୮ ରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ପରେ ପ୍ରଥମେ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଓ ପରେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଥିଲେ । କିନ୍ତୁ ଭୁଲରେ କନ୍ଧମାଳ ପୋଲିସ ବିଭାଗ ୨୦୧୫ ରେ ପୁଣି ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଭୁଲ ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ ଲେଖିଥିଲେ ଏସପି । ଲକ୍ଷେ ଫେରିଥିବା ବେଳେ ବାକି ଲକ୍ଷେ ଟଙ୍କା ଫେରାଇବାକୁ ଏବେ ଅମଙ୍ଗ।

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପରିବାରକୁ ନୋଟିସ୍

ସ୍ବାମୀଜୀଙ୍କ ପରିବାର ଅନୁଗୋଳ ଗୁରୁଜଙ୍ଗରେ ରହୁଛନ୍ତି । ୨୦୦୮ ରେ ତାଙ୍କୁ ହତ୍ୟା ପରେ ଦୁଇ ଦଫାରେ ୨ ଓ ୩ ଏପରି ମୋଟ ୫ ଲକ୍ଷ ଟଙ୍କା ଅନକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିଲା । ତାଙ୍କ ଧର୍ମପତ୍ନୀ ରାଧିକା ନାଥଙ୍କୁ ଦିଆଯାଇଥିଲା । ୨୦୧୨ ରେ ତାଙ୍କର ମୃତ୍ୟୁ ହେଲା । ତେବେ ୨୦୧୫ରେ ଭୁଲବଶତଃ କନ୍ଧମାଳ ପୋଲିସ ୨ ଲକ୍ଷ ଟଙ୍କା ପୁଣି ତାଙ୍କ ପୁଅ ଲୋକନାଥ ନାଥଙ୍କୁ ପ୍ରଦାନ କଲେ । ତେବେ ୫ ମାସ ପରେ ପୋଲିସର ଚେତା ପଶିଲା ଏବଂ ଟଙ୍କା ଫେରସ୍ତ ପାଇଁ ନୋଟିସ କଲେ ।

ତାଙ୍କ ପୁଅ ଲୋକନାଥ ରାଜି ହେଲେ ଓ ସମୟ ମାଗିଲେ । ପରେ ୨୦୧୬ରେ 1 ଲକ୍ଷ ଟଙ୍କା ଫେରସ୍ତ କଲେ । କିନ୍ତୁ ଆଉ ଟଙ୍କା ଫେରସ୍ତ କରିପାରିବେ ନାହିଁ ବୋଲି ଜଣାଇଲେ । ଏହାରି ମଧ୍ୟରେ ଡିଏସପି ଏକ ସାର୍ଟିଫିକେଟ ମାମଲା ଦାଏର କଲେ ଫୁଲବାଣୀ ଉପଜିଲ୍ଲାପାଳଙ୍କ ଠାରେ । ମାମଲା ନମ୍ବର ୦୭/୨୦୧୭ରେ କେସ ଚାଲିଲା । ୨୪/୬/୨୦୧୭,୨୯/୨/୨୦୨୦ ରେ ଦୁଇଥର ନୋଟିସ ହେଲା । ପୁଣି ୩୦/୩/୨୦୨୦ରେ ହାଜିର ପାଇଁ ନୋଟିସ ହେଲା । କୋରୋନା ପାଇଁ ଆସିଲେ ନାହିଁ । ଗୁରୁବାର ଆସି ଟଙ୍କା ଫେରସ୍ତ କରିପାରିବେ ନାହିଁ ବୋଲି ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏବେ ବିଚାର କରାଯିବ ବୋଲି କହିଛନ୍ତି ଫୁଲବାଣୀ ଉପଜିଲ୍ଲାପାଳ।

ଏହି ମାମଲାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ । ସ୍ବାମୀଜୀ ଜଣେ ସିଦ୍ଧ ପୁରୁଷ, ଗୃହତ୍ୟାଗୀ । ପରିବାରକୁ କିପରି ଦିଆଗଲା ଅନୁକମ୍ପା ସହାୟତା । ପୁଣି ଅଧିକ ଟଙ୍କା ଦେଇ କେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ଏପରି ଭୁଲ କଲେ, ତାହା ତଦନ୍ତ ସାପେକ୍ଷ । ନିଜେ ଭୁଲ କରି ମାମଲା ରୁଜୁ କରିବା ପୁଣି କେଉଁ ନ୍ୟାୟ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.